କର୍ଣ୍ଣାଟକର କୋଲାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ ମୃତ
କୋଲାର, ୨୪ ନଭେମ୍ବର (ହି.ସ.)- କର୍ଣ୍ଣାଟକ କୋଲାର ଜିଲ୍ଲାର ମାଲୁର ତାଲୁକରେ ଆବେନହାଲ୍ଲି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ କାର୍ ରେ ଯାତ୍ରା କରୁଥିବା ଚାରି ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସର ସୂଚନା ଅନୁଯାୟୀ, ବେଙ୍ଗାଲୁରୁ-ଚେନ୍ନାଇ ଏକ୍ସପ୍ରେସ ୱେରେ ଏକ ଦ
କର୍ଣ୍ଣାଟକର କୋଲାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ ମୃତ


କୋଲାର, ୨୪ ନଭେମ୍ବର (ହି.ସ.)- କର୍ଣ୍ଣାଟକ କୋଲାର ଜିଲ୍ଲାର ମାଲୁର ତାଲୁକରେ ଆବେନହାଲ୍ଲି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ କାର୍ ରେ ଯାତ୍ରା କରୁଥିବା ଚାରି ଜଣଙ୍କର ମୃତ୍ୟୁ ହୋଇଛି ।

ପୋଲିସର ସୂଚନା ଅନୁଯାୟୀ, ବେଙ୍ଗାଲୁରୁ-ଚେନ୍ନାଇ ଏକ୍ସପ୍ରେସ ୱେରେ ଏକ ଦ୍ରୁତଗାମୀ କାର୍ ର ଚାଳକ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିଲା । ଏହା ପରେ କାର୍ ଟି ଏକ ଡିଭାଇଡରରେ ଧକ୍କା ଦେଇଥିଲା ଏବଂ ପରେ ଏକ ପୋଲରୁ ଖସି ପଡ଼ିଥିଲା । ମୃତକମାନେ ହେଲେ ଗୋପୀ (୩୮), ଗୌତମ ରମେଶ (୨୮), ହରିହରନ (୨୭) ଏବଂ ଜୟଙ୍କର (୩୦) ବୋଲି ଚିହ୍ନଟ କରାଯାଇଛି । ମୃତକ ଚାରି ଜଣ ଚେନ୍ନାଇର ବାସିନ୍ଦା ବୋଲି କୁହାଯାଉଛି ।

ପୋଲିସ କହିଛି ଯେ, ପ୍ରାଥମିକ ତଦନ୍ତରୁ ଦୁର୍ଘଟଣାର କାରଣ ଦ୍ରୁତ ଗତି ବୋଲି ଅନୁମାନ କରାଯାଉଛି । ମାଲୁର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଏନେଇ ଅଧିକ ତଦନ୍ତ ଚାଲିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande