୬୯ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଯୋଗାସନ ପ୍ରତିଯୋଗିତା ୨୦୨୫-୨୬ ଉଦଘାଟିତ
ମାଲକାନଗିରି, ୨୪ ନଭେମ୍ବର (ହି.ସ.)- ସୋମବାର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ୬୯ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ପୋଗାସନ ପ୍ରତିଯୋଗିତା ୨୦୨୫- ୨୬ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମଭି - ୭ ଠାରେ ଉଦଘାଟିତ ହୋଇଯାଇଛି।୨୪ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା
୬୯ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଯୋଗାସନ ପ୍ରତିଯୋଗିତା-୨୦୨୫-୨୬


ମାଲକାନଗିରି, ୨୪ ନଭେମ୍ବର (ହି.ସ.)- ସୋମବାର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ୬୯ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ପୋଗାସନ ପ୍ରତିଯୋଗିତା ୨୦୨୫- ୨୬ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମଭି - ୭ ଠାରେ ଉଦଘାଟିତ ହୋଇଯାଇଛି।୨୪ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଉଦଘାଟନି ସଭାରେ ମୁଖ୍ୟଅତିଥି ଭାବରେ ସାଂସଦ ନବରଙ୍ଗପୁର ବଳଭଦ୍ର ମାଝୀ, ଅତିଥି ଭାବେ ନରସିଂହ ମାଡକାମୀ ବିଧାୟକ ମାଲକାନଗିରି, ମଙ୍ଗୁ ଖିଲ ବିଧାୟକ ଚିତ୍ରକୋଣ୍ଡା, ଜ୍ୟୋତି ପ୍ରକାଶ ପରିଡ଼ା ସହକାରୀ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା, ସପନ କୁମାର ଜେନା ପୁର୍ବତନ ଯୁଗ୍ମ ନିର୍ଦେଶକ, ବେଦବର ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ ମାଲକାନଗିରି, ମୁନା ତୁରୁକ ଜିଲ୍ଲା କ୍ରୀଡ଼ା ଅଧିକାରୀ ମାଲକାନଗିରି, ମଞ୍ଜୁଲତା ଭୋଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି, ଭାଗୀରଥି ବେହେରା ଅତିରିକ୍ତ ଶିକ୍ଷା ଅଧିକାରୀ ମାଲକାନଗିରି, ସମ୍ମାନିତ ଅତିଥି ଭାବରେ ଅଶୋକ କୁମାର ପରିଡ଼ା ବିଜେପି ଜିଲ୍ଲା ସଭାପତି ମାଲକାନଗିରି ତଥା ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା ମାଲକାନଗିରି ଉପସ୍ଥିତ ଥିଲେ । ସଭାର ସଭାପତିତ୍ବ କରିଥିଲେ ଚିତ୍ତରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି ।

ଅତିଥି ପରିଚୟ ପରେ ପ୍ରଭୂ ଜଗନ୍ନାଥଙ୍କ ପାଖର ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଵଳନ କରାଯାଇ ଥିଲା, ପରେ ରାଜ୍ୟରୁ ଆସିଥିବା ପ୍ରତିଭାଗୀଙ୍କ ଦ୍ୱାରା ଜିଲ୍ଲା ୱାରୀ ମାର୍ଚ୍ଚପାଷ୍ଟ ହୋଇଥିଲା, ମଶାଲ ପ୍ରଜ୍ବଳନ ପରେ ସ୍ୱାଗତ ସଙ୍ଗୀତ ଗାନ ଓ ଅଭିନୟ କରିଥିଲେ ବିଦ୍ଯାଳୟର ଛାତ୍ରୀ ମାନେ । ବାର୍ଷିକ ବିବରଣୀ ପାଠ କରିଥିଲେ ଜ୍ୟୋତି ପ୍ରକାଶ ପରିଡ଼ା ସହକାରୀ ନିର୍ଦ୍ଦେଶକ ଶାରୀରିକ ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷା ବିଭାଗ ଓଡ଼ିଶା।

ଜିଲ୍ଲାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅଂଚଳ ପାଇଁ ସୌଭାଗ୍ୟର ବିଷୟ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ନିରୋଗ ରହିବା ପାଇଁ ଯୋଗ ଏକ ମାଧ୍ୟମ। ଏହା ଦ୍ୱାରା ପିଲାଙ୍କର ସର୍ବାଙ୍ଗୀନ ବିକାଶ ହେବା ସହ ଛୋଟ ବେଳୁ କ୍ରୀଡ଼ା କ୍ଷେତ୍ରରେ ପିଲାଙ୍କ ଭିତ୍ତି ସ୍ଥାପନା ହେବ । ଅଲମ୍ପିକ କ୍ରୀଡ଼ାରେ ପିଲାଙ୍କୁ ଭାଗ ନେବା ପାଇଁ କେହି ରୋକିପାରିବେ ନାହିଁ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ଏହି ସଭାରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜଗନ୍ନାଥ ବେହେରା, ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏ ଇଶ୍ଵର ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା କ୍ରୀଡ଼ା ପତାକା ଉତ୍ତୋଳନ କରାଯାଇ ୬୯ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଯୋଗାସନ ପ୍ରତିଯୋଗିତା-୨୦୨୫-୨୬ ଆନୁଷ୍ଠାନିକ ଘୋଷଣା କରିଥିଲେ ।

ସମୂହ ଶପଥ ପାଠ ପରେ ସ୍ଥାନୀୟ ବିଦ୍ୟାଳୟ ମାନଙ୍କ ଦ୍ୱାରା ଅତିଥି ମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସଭାକୁ ଶେଷରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଏ ଇଶ୍ଵର ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ସମବେତ ଜାତୀୟ ସଂଗୀତ ଗାନପରେ ସଭାପତି ସଭା ସାଙ୍ଗ କରିଥିଲେ । ଏହି ଜୁନିୟର ରେଡ଼କ୍ରସ କାଉନସିଲର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟରୁ ୩୦ ୟୁନିଟରୁ ପ୍ରାୟ ୫୧୬ ଜଣ ପ୍ରତିଭାଗୀ ଓ ଅଫିସିଆଲ ଉପସ୍ଥିତ ରହିଛନ୍ତି l ଏହା ବୁଧବାର ପର୍ଯ୍ୟନ୍ତ ଚାଲୁ ରହିବ ।

ଠିକ ପାଞ୍ଚଟା ତିରିଶ ମିନିଟ ସମୟରେ ପତକା ଅବତ୍ତୋଳନ ହୋଇଥିଲା, ପରେ ସନ୍ଧ୍ଯା ୬ଟା ସମୟରେ ପ୍ରତିଭାଗୀ ମାନଙ୍କର ସଂଧ୍ୟା ଜଳପାନ ବିରତି ହୋଇଥିଲା, ଜଳପାନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande