
କେନ୍ଦ୍ରାପଡା, ୨୪ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ପୈାରସଂସ୍ଥା ଅନ୍ତର୍ଗତ ତିନିମୁହାଣୀ ପେଟ୍ରୋଲ ପମ୍ପ ନିକଟରେ ଦୁହୁରିଆ ଅଂଚଳର ଏକ କାର ରାସ୍ତା ଉପରେ ହୁ ହୁ ଜଳିବାର ଦେଖିବାକୁ ମିଳିଥିଲା ।
ମିଳିଥିବା ସୂଚନା ଅନୁଯାଇ, ଗତକାଲି ବିଳମ୍ବିତ ରାତିରେ ରାସ୍ତା କଡରେ ଥୁଆ ହୋଇଥିବା ଏକ ଗାଡିକୁ ପଛ ପଟରୁ ଧକ୍କା ଦେଇ କାରଟି ପୁନର୍ବାର ଷ୍ଟାର୍ଟ ମାରି ଯିବାପଇଁ ଉଦ୍ୟମ କରୁଥିବା ବେଳେ ହଠାତ୍ ଗାଡିରେ ନିଆଁ ଲାଗିଯାଇ ହୁ ହୁ ହୋଇ ଜଳି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ଥିଲେ ସୁଦ୍ଧା କାରଟି ଜଳି ଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଥିବା ଜଣାପଡିଛି । ତେବେ ଗାଡିରେ ବସିଥିବା ଲୋକଙ୍କର ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇ ନଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ରବି