ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମପଡାର ୪୧ତମ ବାର୍ଷିକ କ୍ରୀଡା ସମାରୋହ
ବଲାଙ୍ଗିର, ୨୪ ନଭେମ୍ବର (ହି.ସ.)- ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା ବିଦ୍ୟାଳୟର ୪୧ତମ ବାର୍ଷିକ କ୍ରୀଡା ସମାରୋହ ସ୍ଥାନୀୟ ବି. ଆର. ଆମ୍ବେଦକର ଷ୍ଟାଡିଅମ ଖଲିଆପାଲି ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ଶା
ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମ ପଡାର ୪୧ତମ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ।

ବଲାଙ୍ଗିର, ୨୪ ନଭେମ୍ବର (ହି.ସ.)- ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା ବିଦ୍ୟାଳୟର ୪୧ତମ ବାର୍ଷିକ କ୍ରୀଡା ସମାରୋହ ସ୍ଥାନୀୟ ବି. ଆର. ଆମ୍ବେଦକର ଷ୍ଟାଡିଅମ ଖଲିଆପାଲି ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ତଥା ସମ୍ମାନୀତ ଅତିଥି ଭାବରେ ୱାର୍ଡ ନମ୍ବର ୧୭ ର କାଉନସିଲର ଶ୍ରୀମତୀ ପ୍ରତିମା ଛତ୍ରୀୟା ଏବଂ ପୂର୍ବତନ କାଉନସିଲର ସତ୍ୟପୀର ପାତ୍ର ଯୋଗଦାନ କରିଥିଲେ। ସେହିପରି ଦ୍ୱିତୀୟ ଦିନରେ ବଲାଙ୍ଗୀର ଆଥେଲେଟିକ ଆସୋସିଏସନ ର ସହ ସମ୍ପାଦକ ଶତୃଘ୍ନ ସିଂ ଓ ଜଗନ୍ନାଥ କ୍ରୀଡା କ୍ଲବ ର ସଭାପତି ନାରାୟଣ ବିଶ୍ୱାଳ ଯୋଗଦାନ କରିଥିଲେ। ଖେଳ ଶିକ୍ଷକ କିଶୋର ମାଟାରୀ ଖେଳ ପରିଚାଳନା କରିଥିଲେ। ଶିଶୁ ଭାଇ ଭଉଣୀ ଖେଳ ଗୁଡିକରେ ଅଂଶଗ୍ରହଣ କରି ନିଜ ଦକ୍ଷତାର ପ୍ରଦର୍ଶନ କରିଥିଲେ। ପରିଚାଳନା ସମିତିର ସଭାପତି ଭବାନୀ ଶଙ୍କର ପଟେଲ, ପ୍ରଧାନଚାର୍ଯ୍ୟ ସନାତନ ମିଶ୍ରଙ୍କ ମାର୍ଗଦର୍ଶନରେ ତଥା ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande