ମହୋତ୍ସବ;ଐତିହ୍ୟ, ଇତିହାସ,ସଂସ୍କୃତି ଓ ପରମ୍ପରାକୁ ଉଜାଗର କରେ, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା -୨୦୨୫ ଉଦଯାପିତ
ଭଦ୍ରକ, ୨୪ ନଭେମ୍ବର (ହି.ସ.) - ମହୋତ୍ସବ ;ସ୍ଥାନୀୟ ଅଂଚଳର ଇତିହାସ, ଐତିହ୍ୟ, ସଂସ୍କୃତି, ପରମ୍ପରାକୁ ଉଜାଗର କରିବା ସହ ସାରସ୍ୱତ ପ୍ରତିଭାକୁ ଆବିଷ୍କାର କରେ ଓ ସମ୍ମାନିତ କରେ। ଅପରପକ୍ଷରେ ପୁସ୍ତକ ମେଳା ;ଜ୍ଞାନ, ବିଜ୍ଞାନ,କଳା, ସାହିତ୍ୟ ଓ ବାଣିଜ୍ୟର ମଧୁର ମିଳନର ସାରସ୍ୱତ ସମାରୋହ ବୋଲି ଅବନ୍ତି
BHADRAK MOHASTAV & PUSTAK MELA UDJAPITA


ଭଦ୍ରକ, ୨୪ ନଭେମ୍ବର (ହି.ସ.) - ମହୋତ୍ସବ ;ସ୍ଥାନୀୟ ଅଂଚଳର ଇତିହାସ, ଐତିହ୍ୟ, ସଂସ୍କୃତି, ପରମ୍ପରାକୁ ଉଜାଗର କରିବା ସହ ସାରସ୍ୱତ ପ୍ରତିଭାକୁ ଆବିଷ୍କାର କରେ ଓ ସମ୍ମାନିତ କରେ। ଅପରପକ୍ଷରେ ପୁସ୍ତକ ମେଳା ;ଜ୍ଞାନ, ବିଜ୍ଞାନ,କଳା, ସାହିତ୍ୟ ଓ ବାଣିଜ୍ୟର ମଧୁର ମିଳନର ସାରସ୍ୱତ ସମାରୋହ ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ତଥା ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଉଦଯାପନୀ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ସଭାପତି ଇଂ. ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସମାରୋହରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଏବଂ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧୀରଞ୍ଜନ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଅଖିଳ ଭାରତୀୟ ଚିକିତ୍ସା ସଙ୍ଘ,ଓଡ଼ିଶା ସଭାପତି ଡା. ହରେକୃଷ୍ଣ ନାୟକ, ବରିଷ୍ଠ ଗୀତିକବି ସାଧୁ ଚରଣ ମହାପାତ୍ର, ରୋଟାରୀୟାନ୍ ଅଧ୍ୟାପକ ଶେଖ୍ ନାସିର ବକ୍ସ, ମହୋତ୍ସବର ଉପଦେଷ୍ଟା ଶିକ୍ଷାବିତ୍ ଗଗନ ବିହାରୀ ରାଉତ, ମନମୋହନ ସଂଗୀତ ପରିଷଦର ସମ୍ପାଦକ ତଥା ସଂଗୀତ ନିର୍ଦ୍ଦେଶକ ରାମନାରାୟଣ ମହାନ୍ତି ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ପାଦକ ରବି ନାରାୟଣ ଖିଲାର ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ ସହ ଅତିଥି ପରିଚୟ, ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଉପସଭାପତି ଡାକ୍ତର ଅନୀଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଡା. ହରେକୃଷ୍ଣ ନାୟକଙ୍କୁ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା - ୨୦୨୫ ସମ୍ମାନ , ଗୀତିକବି ସାଧୁ ଚରଣ ମହାପାତ୍ର, କବି ଓ ସଂଗଠକ ନାରାୟଣ ଚନ୍ଦ୍ର ପାଢ଼ୀ ଏବଂ ସାହିତ୍ୟିକ ଓ କବି କୈଳାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଇରମ ମାଟିର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ କମଳା ପ୍ରସାଦ କରଙ୍କ ସ୍ମୃତିରେ ପ୍ରଦତ 'ସଂଗ୍ରାମୀ କମଳା ପ୍ରସାଦ କର ସ୍ମୃତି ସମ୍ମାନ -୨୦୨୫' ପ୍ରଦାନ କରାଯାଇଥିଲା।ଏହି ଅଧିବେଶନ ପୂର୍ବରୁ ସେବା ନିବୃତ କୃଷିବିତ୍ ଅରୁଣ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଗୀତିକବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନାଟ୍ୟଶ୍ରୀ ନିର୍ମଳ ରାଉତ, 'ରୂପ ରଂଗ' ସମ୍ପାଦକ , ଗୀତିକବି ରମାକାନ୍ତ ଦାସ, ବରିଷ୍ଠ କବି ବାବୁଲାଲ ଦାସ, କବି ଓ ନାଟ୍ୟନିର୍ଦ୍ଦେକ ସାରଥୀ ପଣ୍ଡା, ଶିକ୍ଷାବିତ୍ ଶୀତଳ ବେହେରା, ପ୍ରଧାନ ଶିକ୍ଷକ ରବି ନାରାୟଣ ମିଶ୍ର,କବୟିତ୍ରୀ ସୁରୂଚି ଦାଶ, ବୀଣାପାଣି ତ୍ରିପାଠୀ ଓ ପ୍ରାଧ୍ୟାପିକା ପ୍ରମୋଦା ପଣ୍ଡା ପ୍ରଭା ପ୍ରମୁଖ ବହୁ କବି ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ କବି, ଶିକ୍ଷକ ଗୟାଧର ଦାସ ଓ କବୟିତ୍ରୀ ମମତା ରାଣୀ ଦାଶ କବିତା ସଂଯୋଜନା କରିଥିଲେ ଏବଂ ବହୁ କବି ଓ କବୟିତ୍ରୀ ଗୀତିକବିତା ପାଠ କରିଥିଲେ।ଏହା ପରେ ପରେ ଭୂମି କନ୍ୟା ମହିଳା ସଂଗଠନ ତରଫରୁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ସଭାନେତ୍ରୀ ସଂଯୁକ୍ତା ବଳ ନାୟକ ଓ ସମ୍ପାଦିକା ଦମୟନ୍ତୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ମହୋତ୍ସବର ମିଡ଼ିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ କୁମାର ରାୟ ଓସହସମ୍ପାଦିକା ଅଞ୍ଜନା ମିଶ୍ର କାର୍ଯ୍ୟକ୍ରମ ଓ ମଂଚ ପରିଚାଳନା କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande