
ଭଦ୍ରକ, ୨୪ ନଭେମ୍ବର (ହି.ସ.) - ଆଜି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଙ୍କ ବାସଭବନରେ ଭଣ୍ଡାରିପୋଖରୀ ବ୍ଲକର (୨୩ ଗୋଟି ଗ୍ରାମ ପଂଚାୟତ) ର ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ୱ,ବିଜେଡ଼ି ସମର୍ôଥତ ନିର୍ବାଚିତ ଜନପ୍ରତିନିଧି,ଜିଲ୍ଲା ପରିଷଦ ସଦସ୍ୟ, ଭଦ୍ରକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି,ଆଗ ଧାଡିର ସଙ୍ଗଠକ ପ୍ରମୁଖ ନେତୃମଣ୍ଡଳୀ ଙ୍କ ସମେତ ବିଜୁ ଯୁବ-ଛାତ୍ର ଓ ମହିଳା ଦଳର କର୍ମକର୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀ ମଲ୍ଲିକ ଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ କୁ ନେଇ ବୈଠକରେ ଆଲୋଚନା ହୋଇଥିଲା ବେଳେ ସହମତି ପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବ୍ଲକ (୨୩ ଗୋଟି ଗ୍ରାମ ପଂଚାୟତ) ର ବିଜୁ ଜନତା ଦଳର ବରିଷ୍ଠ ନେତୃମଣ୍ଡଳୀ ଓ ନିର୍ବାଚିତ ଜନପ୍ରତିନିଧି ଓ ଆଗ ଧାଡିର ସଙ୍ଗଠକ ଏବଂ ପ୍ରମୁଖ କର୍ମକର୍ତ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ