ବାରହା ଶିକାର କରିବା ଅଭିଯୋଗରେ ୫ ଜଣ ଗିରଫ ଓ କୋର୍ଟ ଚାଲାଣ
ନୂଆପଡ଼ା, ୨୪ ନଭେମ୍ବର(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିନସ୍ଥ ରାଣୀମୁଣ୍ଡ ବିଟରେ ସୋମବାର ବରାହ ଶିକାର ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଡ଼ିଆଳ ବନ ବିଭାଗ। ଏଥିରେ ସଂପୃକ୍ତ ଅନ୍ୟ ୯ ଜଣ ଫେରାର ହୋଇଥିବା ନେଇ ସୂଚନା ଦେଇଛନ୍ତି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜି
Baraha shikar abhijog


ନୂଆପଡ଼ା, ୨୪ ନଭେମ୍ବର(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିନସ୍ଥ ରାଣୀମୁଣ୍ଡ ବିଟରେ ସୋମବାର ବରାହ ଶିକାର ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଡ଼ିଆଳ ବନ ବିଭାଗ। ଏଥିରେ ସଂପୃକ୍ତ ଅନ୍ୟ ୯ ଜଣ ଫେରାର ହୋଇଥିବା ନେଇ ସୂଚନା ଦେଇଛନ୍ତି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ। ଖଡ଼ିଆଳ ବନବିଭାଗ ଖବର ପାଇ ଖାସବାହାଲ ପଂଚାୟତର ଚାନ୍ଦେଲ ଗ୍ରାମରେ ବରାହ ଶିକାର ଅଭିଯୋଗରେ ଚଢ଼ାଉ କରିଥିଲେ। ଏଥିରେ ଚାନ୍ଦେଲ ଗ୍ରାମର ଭିକାରୀ ଲୁହାର(୪୦) କାର୍ତିକ ମଲ୍ଲିକ(୪୫) ନିତ୍ୟା ମାଝି (୩୫) ସିଗ୍ରେଟ ମଲ୍ଲିକ(୫୫) ଓ କ୍ଷୀରଧର ଲୁହାର(୧୯) କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୯ ଜଣ ଫେରାର ଅଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ୧ କେଜି ୭୦୦ ଗ୍ରାମ ମାଂସ, ଦୁଇଟି ପାଦ, ଦୁଇଟି ଦାନ୍ତ, ଗୋଟିଏ ପାଟି, ଫାଶ ଓ ବିଭିନ୍ନ ପଶୁ ଶିକାର ସାମଗ୍ରୀ ଜବତ କରିଥିବା ନେଇ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଆଜିଜ ଖାନ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande