ଡେଫ ଅଲମ୍ପିକ ରେ ଲୋମା ସ୍ଵାଇଁ ଙ୍କୁ କାଂସ୍ୟ ପଦକ
Bhubaneswar, 24 ନଭେମ୍ବର (ହି.ସ.) ଜାପାନରେ ଚାଲିଥିବା ଡେଫ ଅଲମ୍ପିକ ଗେମ୍ସ ରେ ଆଜି ଓଡିଶାର ଆନ୍ତର୍ଜାତୀୟ କରାଟେ କା ଲୋମା ସ୍ଵାଇଁ କରାଟେ କ୍ରିଡାରେ କାଂସ୍ୟ ପଦକ ହାସଲ କରିଛନ୍ତି । ୫୦ କେଜି ରୁ କମ ମହିଳା ବିଭାଗ ଫାଇଟ ରେ ଲୋମା ଦୁତୀୟ ରାଉଣ୍ଡ ରେ ପରାସ୍ତ ହୋଇ ରେପାଚେଜ ତୃତୀୟ ରାଉଣ୍ଡ ରେ
ଡେଫ ଅଲମ୍ପିକ ରେ ଲୋମା ସ୍ଵାଇଁ ଙ୍କୁ କାଂସ୍ୟ ପଦକ


Bhubaneswar, 24 ନଭେମ୍ବର (ହି.ସ.)

ଜାପାନରେ ଚାଲିଥିବା ଡେଫ ଅଲମ୍ପିକ ଗେମ୍ସ ରେ ଆଜି ଓଡିଶାର ଆନ୍ତର୍ଜାତୀୟ କରାଟେ କା ଲୋମା ସ୍ଵାଇଁ କରାଟେ କ୍ରିଡାରେ କାଂସ୍ୟ ପଦକ ହାସଲ କରିଛନ୍ତି । ୫୦ କେଜି ରୁ କମ ମହିଳା ବିଭାଗ ଫାଇଟ ରେ ଲୋମା ଦୁତୀୟ ରାଉଣ୍ଡ ରେ ପରାସ୍ତ ହୋଇ ରେପାଚେଜ ତୃତୀୟ ରାଉଣ୍ଡ ରେ ବ୍ରାଜିଲ ପ୍ରତିଦ୍ବୋନ୍ଦି ଙ୍କୁ ହରାଇ କାଂସ୍ୟ ପଦକ ନିଶ୍ଚିତ କରିଥିଲେ ।

ଲୋମା କରାଟେ ଇଣ୍ଡିଆ ଅର୍ଗାନାଇଜେସନ ର ସାଧାରଣ ବର୍ଗ ର ବରିଷ୍ଟ ଫାଇଟ ବିଭାଗରେ ରୋପ୍ୟ ପଦକ ପାଇ ସାରିଥିବା ସ୍ଥଳେ ୩ ଗୋଟି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ହାସଲ କରିଛନ୍ତି । କରାଟେ ବ୍ୟତିତ ଲୋମା ଜୁ ଜିତଷୁ କ୍ରିଡା ରେ ଜାତୀୟ ଚମ୍ପିୟାନ ହୋଇଛନ୍ତି ।

ଜଗତସିଙ୍ଗପୁର ଭୂତମୁଣ୍ଡାଇ ର ଶ୍ରୀ ସଞ୍ଜୟ କୁମାର ସ୍ଵାଇଁ ଓ ଜୋତିର୍ମୟୀ ସ୍ଵାଇଁ ଙ୍କର କନିଷ୍ଟ କନ୍ୟା ଲୋମା ଭୁବନେଶ୍ବର ସ୍ଥିତ ଉତ୍କଳ କରାଟେ ସ୍କୁଲ ରେ ଡ. ହରି ପ୍ରସାଦ ପଟ୍ଟନାୟକ ଙ୍କ ତତ୍ୱାବବଧାନରେ କରାଟେ ପ୍ରଶିକ୍ଷଣ ନେଉଛନ୍ତି । ଏହି ପ୍ରତିଯୋଗିତାରେ ଲୋମା ଙ୍କ ସହ ସେନସେଇ ସୁନୀଲ ରାଠି , SAI କୋଚ ଭାବେ ଗସ୍ତ କରିଥିଲେ । ଅନେକ ରାଜ୍ୟ , ଜାତୀୟ ଓ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଅନେକ ପଦକ ବିଜେତା ଲୋମା ସ୍ଵାଇଁ ଙ୍କୁ ଓଡିଶା ସରକାରଙ୍କ କ୍ରିଡା ବିଭାଗ ଦ୍ଵାରା ତାଙ୍କର କ୍ରିଡା ଉପଲବ୍ଧି ନିମନ୍ତେ ଜଗତସିଂପୁର କଲେକ୍ଟରେଟ ରେ ଗୃପ “C” ରେ ନିଯୁକ୍ତି ଦେଇଛନ୍ତି ।

ଲୋମାଙ୍କର ଏହି ସଫଳତା ନିମନ୍ତେ ଜାତୀୟ କରାଟେ ସଂଘ ର ସଭାପତି ହାନସି ଭରତ ଶର୍ମା , ଓଡିଶା ରାଜ୍ୟ କରାଟେ ଡୋ ସଂଘର ସମ୍ପାଦକ ଡ. ଗୌରି ମହାନ୍ତି ଓ ସମସ୍ତ କର୍ମକର୍ତ୍ତା ଏବଂ ଉତ୍କଳ କରାଟେ ସ୍କୁଲ ର କ୍ରୀଡାବିତ ମାନେ ତାଙ୍କୁ ଅନେକ ଅଭିନନ୍ଦନ ଜ୍ଞାଂପନ କରିଛନ୍ତି ,

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande