
ଗଞ୍ଜାମ, ୨୪ ନଭେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲା ଭଂଜନଗର ନିକଟସ୍ଥ ବୁଦୁଲି ଛକରୁ ଅବକାରୀ ବିଭାଗ ଏକ ବୋଲେରୋକୁ ଅଟକାଇ ଯାଞ୍ଚ କରିଥିଲା l ଯାଞ୍ଚ ବେଳେ ବୋଲେରୋରୁ ଦୁଇଟି ବସ୍ତାରେ ଥିବା ପ୍ରାୟ ୫୦ କେଜି ଗଂଜେଇ ଜବତ କରିଛି l ଯାହାର ଅନୁମାନିକ ମୂଲ୍ଯ ୫ ଲକ୍ଷ ଟଂକା ହେବ। ଏହି ବୋଲେରୋଟି କନ୍ଧମାଳ ଜିଲା ଟୀକାବାଲିରୁ ଭୁବନେଶ୍ବର ଯାଉଥିଲା। ଅବକାରୀ ବିଭାଗ ବୋଲେରୋଟିକୁ ଜବତ କରିବା ସହ ଘଟଣାରେ ଦୁଇ ଜଣ ବ୍ଯକ୍ତିଙ୍କୁ ଗିରଫ କରିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ