ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଗତସେପ୍ଟେମ୍ବର୮ତାରିଖ, ସୋମବାରରେମୁଖ୍ୟମନ୍ତ୍ରୀଙ୍କୁସାକ୍ଷାତଅଭିଯୋଗକରିବା ପାଇଁ ଯେଉଁମାନେ ସେମାନଙ୍କର ନାମ ଅନ୍ ଲାଇନରେ ପଞ୍ଜୀକରଣ କରିଥିଲେ ଏହିଶୁଣାଣିସେ
ଆଜି  ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି


ଭୁବନେଶ୍ୱର, 24 ନଭେମ୍ବର (ହି.ସ.)ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଗତସେପ୍ଟେମ୍ବର୮ତାରିଖ, ସୋମବାରରେମୁଖ୍ୟମନ୍ତ୍ରୀଙ୍କୁସାକ୍ଷାତଅଭିଯୋଗକରିବା ପାଇଁ ଯେଉଁମାନେ ସେମାନଙ୍କର ନାମ ଅନ୍ ଲାଇନରେ ପଞ୍ଜୀକରଣ କରିଥିଲେ ଏହିଶୁଣାଣିସେମାନଙ୍କପାଇଁଉଦ୍ଦିଷ୍ଟ ରହିଛି l ସେମାନଙ୍କୁଆଉପୁନଃପଞ୍ଜୀକରଣରଆବଶ୍ୟକତାନାହିଁl ଏହି ଦିନ ପାଇଁ ୧୦୦୦ ଜଣ ଆବେଦନକାରୀ ସେମାନଙ୍କର ନାମ ପଞ୍ଜୀକରଣ କରିଥିଲେ । ବିଭିନ୍ନ ଅନିର୍ବାର୍ଯ୍ୟ କାରଣରୁସେପ୍ଟେମ୍ବର ୮ ତାରିଖ ଓ ପରବର୍ତ୍ତୀ ସୋମବାର ଗୁଡ଼ିକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜନ ଶୁଣାଣି ହୋଇପାରିନଥିଲା ।

ଆଜି ସୋମବାର ସକାଳ୧୦.୩୦ସମୟରୁଭୁବନେଶ୍ୱରୟୁନିଟ-୨ସ୍ଥିତପୂର୍ବତନସରକାରୀପ୍ରାଥମିକବିଦ୍ୟାଳୟ (କ୍ୟାପିଟାଲନର୍ସରୀ) ଠାରେମୁଖ୍ୟମନ୍ତ୍ରୀସେମାନଙ୍କର ଜନଶୁଣାଣିକରିବେlକେବଳ ସେପ୍ଟେମ୍ବର୮ତାରିଖ ପାଇଁ ପଞ୍ଜୀକରଣ କରିଥିବା ଆବେଦନକାରୀ ସେମାନଙ୍କର ପଞ୍ଜୀକରଣ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟପତ୍ର ତଥା ଆବେଦନ ପତ୍ର ସହିତ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହିବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ସହିତ ଅନୁରୋଧ କରାଯାଇଛି । ଏଥି ପାଇଁ ପୂର୍ବରୁ ମଧ୍ୟ ବିଭାଗପକ୍ଷରୁ ବିଭିନ୍ନ ସମ୍ବାଦପତ୍ର ଓ ଗଣମାଧ୍ୟମରେ ସୂଚନାପ୍ରଦାନ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande