ବୁଢା ନଦୀରୁ ବେଆଇନ ବାଲି ଉଠାଣକୁ ନେଇ ଥାନାରେ ଅଭିଯୋଗ
କୋରେଇ, ୨୪ ନଭେମ୍ବର (ହି.ସ.)- ବୈତରଣୀ ନଦୀର ଶଖା ନଦୀ ବୁଢାନଦୀର ଭୁବନେଶ୍ୱପୁର ପଂଚାୟତ ଅନ୍ତର୍ଗତ ଭଗତପୁର ମୌଜାରୁ ଚୋରାରେ ବାଲି ଚାଲାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି । ରାତି ଅଧିଆ ବେଆଇନ ଭାବେ ଶହ ଶହ ଟ୍ରିପ ବାଲି ହାଇୱା ଯୋଗେ ଚାଲାଣ ହେଉଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେ
ବୁଢା ନଦୀରୁ ବେଆଇନ ବାଲି ଉଠାଣକୁ ନେଇ ଥାନାରେ ଅଭିଯୋଗ


କୋରେଇ, ୨୪ ନଭେମ୍ବର (ହି.ସ.)- ବୈତରଣୀ ନଦୀର ଶଖା ନଦୀ ବୁଢାନଦୀର ଭୁବନେଶ୍ୱପୁର ପଂଚାୟତ ଅନ୍ତର୍ଗତ ଭଗତପୁର ମୌଜାରୁ ଚୋରାରେ ବାଲି ଚାଲାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି । ରାତି ଅଧିଆ ବେଆଇନ ଭାବେ ଶହ ଶହ ଟ୍ରିପ ବାଲି ହାଇୱା ଯୋଗେ ଚାଲାଣ ହେଉଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେବା ସହ ବାଲି ମାଫିଆ ଓ ବିରୋଧକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଘଟଣା ଥାନାକୁ ଯାଇଛି । ଏନେଇ ଯାଜପୁର ସଦର ଥାନାରେ ଅଭିଯୋଗ ହୋଇଛି । ସମସରପୁର ଗ୍ରାମର ବିଶ୍ୱନାଥ ପଣ୍ଡା, ଭୁବନେଶ୍ୱରପୁର ଗ୍ରାମର ଉପେନ୍ଦ୍ର ବିହାରୀ ଓ ଭଗତପୁର ଗ୍ରାମର ଚୁମୁକି ଯେନାଙ୍କ ଅଭିଯୋଗ ମୁତାବକ, କୁନିନ୍ଦା ଗ୍ରାମର ଚିତରଂଜନ ସାହୁ ବନ୍ଧ କାଟି ବିନା ନିଲାମରେ ଘାଟରୁ ଚୋରାରେ ବାଲି ଉଠାଇ ଚାଲାଣ କରୁଛି । ମିଛ ମୋକଦ୍ଦମା କରିବା ସହ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ ଓ ପ୍ରତିବାଦ କଲେ କାଟି ନଦୀରେ ଭସାଇ ଦେବାର ଧମକ ଦେଉଛି । ଚିତ ସାହୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ବାଲି ଚାଲାଣ ବନ୍ଦ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande