ବିନା ଅନୁମୋଦନରେ ଚାଲିଛି କ୍ରସର, ସୀମାରେ ବେଆଇନ ଭାବେ ଶହ ଶହ ଗାଡି ଲଘୁ ଖଣିଜ ଚାଲାଣ, ନୀରବଦ୍ରଷ୍ଟା ପ୍ରଶାସନ
ମାଲକାନଗିରି, ୨୪ ନଭେମ୍ବର (ହି.ସ.) ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକର ଏକାଧିକ ସ୍ଥାନରୁ ଦୈନିକ ଶହ ଶହ ଟ୍ରକ ମେଟାଲ୍ ଓ ଚିପ୍ସ ଭଳି ଲଘୁ ଖଣିଜ ସମ୍ପଦ ବେଆଇନ ଭାବେ ପୋଡେଶୀ ଛତିଶଗଡ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଳାଣ ହେଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ସୁଚନା ଅନୁଯାୟ
ବିନା ଅନୁମୋଦନରେ ଚାଲିଛି କ୍ରସର, ସୀମାରେ ବେଆଇନ ଭାବେ    ଶହ ଶହ ଗାଡି ଲଘୁ


ବିନା ଅନୁମୋଦନରେ ଚାଲିଛି କ୍ରସର, ସୀମାରେ ବେଆଇନ ଭାବେ    ଶହ ଶହ ଗାଡି ଲଘୁ


ବିନା ଅନୁମୋଦନରେ ଚାଲିଛି କ୍ରସର, ସୀମାରେ ବେଆଇନ ଭାବେ    ଶହ ଶହ ଗାଡି ଲଘୁ


ମାଲକାନଗିରି, ୨୪ ନଭେମ୍ବର (ହି.ସ.) ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକର ଏକାଧିକ ସ୍ଥାନରୁ ଦୈନିକ ଶହ ଶହ ଟ୍ରକ ମେଟାଲ୍ ଓ ଚିପ୍ସ ଭଳି ଲଘୁ ଖଣିଜ ସମ୍ପଦ ବେଆଇନ ଭାବେ ପୋଡେଶୀ ଛତିଶଗଡ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଳାଣ ହେଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ସୁଚନା ଅନୁଯାୟୀ ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ଟେକାଲଗୁଡା, ପରସନପଲ୍ଲୀ ଆଦି ଦୁଇଟି ସ୍ଥାନରେ ଏକ ବେସରକାରୀ ସଂସ୍ଥା କ୍ରସର ବସାଇ ଦୈନିକ ଶହ ଶହ ଟ୍ରକ କ୍ରସର୍ ମେଟାଲ୍, ଚିପ୍ସ ଆଦି ପ୍ରସ୍ତୁତ କରି ମାଲକାନଗିରି ଜିଲ୍ଲା ସମେତ ପଡୋଶୀ ଛତ୍ତିଶଗଡ଼ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲା ଣ କରୁଥିବା ଜଣାପଡ଼ିଛି। ଚାଲାଣ ହେଉଥିବା ହାଇବା ଗୁଡିକଙ୍କ ଠାରେ କୌଣଷି ୱେ ବିଲ କିମ୍ବା ୱାଇ ଫର୍ମ ନଥିବା ବେଳେ କେଉଁଠାରୁ, କେତେ ପରିମାଣରେ ଲଘୁ ଖଣିଜ ଚାଲାଣ ହେଉଛି ତାହାର ହିସାବ କୌଣଷି ଏକ ନିର୍ଦ୍ଧିଷ୍ଟ ବିଭାଗ ପାଖରେ ନଥିବା ଜଣାପଡ଼ିଛି । ସବୁଠାରୁ ବିଡମ୍ବନାର ବିଷୟ ଆଦିବାସୀ ଅଧ୍ୟୁଷିତ ଏହି ଇଲାକାରୁ ପଥର କୁଆଁରୀରୁ ବାହାରିବା ପରେ ପଥର, ମେଟାଲ୍ ଓ ଚିପ୍ସ ରୂପେ ପରିବର୍ତ୍ତନ ପରେ ବିକ୍ରି ବେଳେ କୌଣଷି ବିଭାଗର ଲଗାମ ନଥିବା ଦେଖିବାକୁ ମିଳିଛି!ଯାହାଫଳରେ ଲଘୁ ଖଣିଜ ସମ୍ପଦ ବିଭାଗ, ରାଜସ୍ୱ ବିଭାଗ ଓ ପୋଲିସ ବିଭାଗ ସମସ୍ତେ ଦୈନିକ ଶହ ଶହ ଟ୍ରକ ଲଘୁ ଖଣିଜ ସମ୍ପଦ ବାହାର ରାଜ୍ୟକୁ ଚାଲାଣ ହେଉଥିଲେ ମଧ୍ୟ ସରକାରୀ ବାବୁ ମାନେ ନିରବଦ୍ରଷ୍ଟା ସାଜିଛନ୍ତି। ଅନ୍ୟପଟେ ବିନା ଟିକସ ଓ ରାଜସ୍ଵରେ ଦୈନିକ ଏତେ ସଂଖ୍ୟକ ଟ୍ରକରେ ଚିପ୍ସ, ଗୋଡ଼ି, ବଜୁରୀ ବାହାର ରାଜ୍ୟକୁ ଚାଲାଣ ହେବା ସରକାରୀ ବାବୁଙ୍କ ଉଦାସୀନତାକୁ ପଦାରେ ପକାଇଛି । ବିଭିନ୍ନ ମହଲରେ ସରକାରୀ ବାବୁ ଓ କ୍ରସର ମାଲିକଙ୍କ ମଧୁଚନ୍ଦ୍ରିକାର ନଗ୍ନ ଉଦାହରଣ ବୋଲି କୁହାଯାଇଛି। ପ୍ରକାଶ ଥାଉକି ୨୦.୦୬.୨୦୨୨ ରୁ ୧୯.୦୬.୨୦୨୫ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ବର୍ଷ ଧରି ପଥର କୁଆଁରୀ ନିମନ୍ତେ ପୂର୍ବରୁ ଏହି ବେସରକାରୀ ସଂସ୍ଥାକୁ ପ୍ରଦାନ କରାଯାଇଥିଲା। ଅନ୍ୟପଟେ ଏ ବାବଦରେ ଜିଲ୍ଲା ଖଣି ବିଭାଗକୁ ଯୋଗାଯୋଗ କରିବାରୁ ମାଟେରୁ ପଞ୍ଚାୟତରେ ଗୋଟିଏ କୁଆଁରୀ ଓ ଗୋଟିଏ କ୍ରସର ନିମନ୍ତେ ଅନୁମତି ରହିଛି ଓ ଚାଲା ଣ ବେଳେ ବିଭାଗର ସେତେଟା ଅଧିକାର ରହୁ ନଥିବା କହିଛନ୍ତି। ମୋଟୁର ଅତିରିକ୍ତ ତହସିଲଦାର ନାରାୟଣ ନାୟକଙ୍କୁ ଏ ବାବଦରେ ପଚାରିବାରୁ ରାଜସ୍ଵ ବିଭାଗର ଏ ନେଇ କୌଣସି ଅଧିକାର ନଥିବା କହିଛନ୍ତି। ଶେଷରେ ଏ ବାବଦରେ ପଡିଆ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଯଦି କୌଣଷି ବେଆଇନ କ୍ରସର୍ ଥାଏ ତାହେଲେ କାର୍ଯ୍ୟାନୁଷ୍ଠାନ କରାଯିବ ଅନ୍ୟଥା କ୍ରସର ସମାଗ୍ରୀ ସେ ପଡୋଶୀ ରାଜ୍ୟ ଛତିଶଗଡକୁ ନେଇ ବିକ୍ରି କରି ପାରିବ ବୋଲି କହିଛନ୍ତି। ତେବେ ପ୍ରଶାସନର ତଦାରଖ ବିନା ଶହ ଶହ ଗାଡି ଲଘୁ ଖଣିଜ ଚାଲାଣ ଓ ଗୋଟିଏ ଖାଦାନରେ ଏକାଧିକ କ୍ରସର ସ୍ଥାପନ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ତେଣୁ ମାଟେରୁ ପଞ୍ଚାୟତରେ ରହିଥିବା ଏହି ପଥର ଖାଦାନ ସମେତ ଦୁଇଦୁଇଟି କ୍ରସର ପଥର ଉଠାଣ ଓ ବିକ୍ରିକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ଏହି ବେଆଇନ ଚାଲାଣ ସମେତ ପଥର ଖାଦାନର ଏକ ବଡ ଧରଣର ଗୁମର ଫିଟିବ ବୋଲି କୁହାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande