
କେନ୍ଦ୍ରାପଡା, ୨୪ ନଭେମ୍ବର (ହି.ସ.)- ମିଳିତ ଓଡିଶା ନିଶା ନିବାରଣ ଅଭିଯାନ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ନିଶା ନିବାରଣ ଆଇନ ୧୯୫୬ କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ ପ୍ରଦାନ କରାଯାଇଛି । ୧୯୫୬ ଆଇନ କାର୍ଯ୍ୟକାରୀ କରିବା ଏହାର ଗୁୁରୁତ୍ୱ ଅନୁଭବ କରି ରାଜ୍ୟକୁ ନିଶାମୁକ୍ତ କରିବା ନିମନ୍ତେ ଆଇନକୁ କଡାକଡି ଭାବେ ଲାଗୁ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଦାବି କରାଯାଇଛି । ମାତ୍ର ପରିତାପର ବିଷୟ ଯେ, ନୂତନ ଭାବେ ସରକାର ଗଠନ କରିଥିବା ବିଜେପି ସରକାର ରାଜ୍ୟକୁ ନିଶାମୁକ୍ତ କରିବା ପରିବର୍ତେ ରାଜ୍ୟରେ ଅଧିକରୁ ଅଧିକ ମଦ ଦୋକାନ ଖୋଲିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାକୁ ତୀବ୍ର ବିରୋଧ କରି ମହାନ ସ୍ୱାଧୀନତା ସଂଗ୍ରାମୀ ବିଶିଷ୍ଟ ଗାନ୍ଧିବାଦୀ ଜନନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୈାଧୁରୀଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ କେନ୍ଦ୍ରାପଡା ଜିଲ୍ଲା ନିଶା ନିବାରଣ ଅଭିଯାନ କମିଟି ପକ୍ଷରୁ ରାଜ୍ୟକୁ ନିଶାମୁକ୍ତ କରିବା ନିମନ୍ତେ ଚୈାଧୁରୀ ସରାକାରଙ୍କ ଦ୍ୱାରା ବିଧାନସଭାରେ ପାରିତ ହୋଇ ରହିଥିବା ୧୯୫୬ ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି ।
ଏହି ଦାବିପତ୍ର ପ୍ରଦାନ ସମୟରେ ଆଦିକନ୍ଦ ରାଉଳ, ମୁକ୍ତାର ଖାନ, ଡ଼ଃ. ଚୈତନ୍ୟ ଚରଣ ପରିଡା, ଅଭିମନ୍ୟୁ ରାଉତ, ସମ୍ବିତ୍ ଶ୍ରୀ ଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି