ସମ୍ବଲପୁର ଚିଡ଼ିଆଖାନାର ଶ୍ରୀବୃଦ୍ଧି ପାଇଁ ଏନକ୍ଲୋଜରର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର ଚିଡ଼ିଆଖାନାହେବ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ଓ ଆକର୍ଷଣ କେନ୍ଦ୍ର - ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର/ଭୁବନେଶ୍ୱର, ୨୪ ନଭେମ୍ବର (ହି.ସ.)- ସମ୍ବଲପୁର ଚିଡ଼ିଆଖାନାର ନୈସର୍ଗିକ ସୁନ୍ଦରତା ଅତ୍ୟନ୍ତ ଆକର୍ଷଣୀୟ । ଏହାକୁ ଛୋଟରୁ ''ମିଡ୍ ସାଇଜ୍ ବା ମଧ୍ୟମ ଧରଣର ଚିଡ଼ିଆଖାନାରେ ବିକଶିତ କରିବା ପାଇଁ
ସମ୍ବଲପୁର ଚିଡ଼ିଆଖାନାର ଶ୍ରୀବୃଦ୍ଧି ପାଇଁ ଏନକ୍ଲୋଜରର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ସମ୍ବଲପୁର ଚିଡ଼ିଆଖାନାହେବ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ଓ ଆକର୍ଷଣ କେନ୍ଦ୍ର - ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର/ଭୁବନେଶ୍ୱର, ୨୪ ନଭେମ୍ବର (ହି.ସ.)- ସମ୍ବଲପୁର ଚିଡ଼ିଆଖାନାର ନୈସର୍ଗିକ ସୁନ୍ଦରତା ଅତ୍ୟନ୍ତ ଆକର୍ଷଣୀୟ । ଏହାକୁ ଛୋଟରୁ 'ମିଡ୍ ସାଇଜ୍ ବା ମଧ୍ୟମ ଧରଣର ଚିଡ଼ିଆଖାନାରେ ବିକଶିତ କରିବା ପାଇଁ ଡବଲ ଇଞ୍ଜିନ ସରକାର ବିଗତ ଦିନମାନଙ୍କରେ ନିଷ୍ପତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟବରାଦରେ ଏହି ଶ୍ରୀବୃଦ୍ଧି କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ସୋମବାର ସମ୍ବଲପୁର ଚିଡ଼ିଆଖାନାରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ସମ୍ବଲପୁର ଚିଡ଼ିଆଖାନାର ବାଘ ଖୁଆଡ଼(ଏନକ୍ଲୋଜୋର), ମଗର ଖୁଆଡ଼ ଓ ଘଡ଼ିଆଳ ଖୁଆଡ଼ର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ ‘ସମ୍ବଲପୁର ଜୁ’ କୁ ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ଓ ଆକର୍ଷଣ କେନ୍ଦ୍ର ଭାବେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି । ଏହି 'ସ୍ମଲ୍ ଜୁ'କୁ 'ମିଡ୍ ସାଇଜ୍ ଜୁ'ରେ ପରିଣତ କରିବା ପାଇଁ ନୀତିଗତ ନିଷ୍ପତି ନିଆଯାଇଛି । ଏଥିପାଇଁ ଆବଶ୍ୟକ ୩୫ ହେକ୍ଟର ଜମି ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବିଭାଗରୁ ଏକତ୍ରୀକରଣ କରାଯାଇ ସମ୍ବଲପୁର ଜୁ' ଅଥରିଟି ଗଠନ ପାଇଁ ଯୋଜନା କରାଯାଉଛି । ବର୍ତମାନ ଏହି ଚିଡ଼ିଆଖାନାରେ କଲରାପତରିଆ ବାଘ ଅଛନ୍ତି ଏବଂ ଦର୍ଶକମାନେ ଗ୍ଲାସ୍ ହାଉସ୍ ମାଧ୍ୟମରେ ସେମାନଙ୍କୁ ଦେଖିବାର ସୁଯୋଗ ପାଉଛନ୍ତି । ଏଠାରେ ନୂତନ ଗ୍ଲାସ୍ ଖୁଆଡ଼ ନିର୍ମାଣ ପରେ କର୍ତୃପକ୍ଷ ଏଠାକୁ ଦୁଇ ଯୋଡ଼ା ବା ୪ଟି ରୟାଲ୍ ବେଙ୍ଗଲ ଟାଇଗର ଆଣିବାକୁ ଯୋଜନା କରିଛନ୍ତି । ବର୍ତମାନ ୭୦ରୁ ଅଧିକ ପଶୁପକ୍ଷୀ ଥିବା ଏହି ଚିଡ଼ିଆଖାନାରେ ଆଗାମୀ ଦିନରେ ଅଧିକ ପକ୍ଷୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ । ଆଜିର ପଦକ୍ଷେପ ଜୀବଜନ୍ତୁ ସଂରକ୍ଷଣ ଦିଗରେ ଆମର ଦୃଢ଼ ସଂକଳ୍ପର ପ୍ରତୀକ ଅଟେ । ପ୍ରାଣୀ ଉଦ୍ୟାନର ଉନ୍ନତିକରଣ ଦ୍ୱାରା ଏହା ଜାତୀୟ ସ୍ତରରେ ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଗଣିତ ହେବ । ବାଘ, ମୁଗର ଏବଂ ଘଡ଼ିଆଳ ଭଳି ବିରଳ ଜୀବଜନ୍ତୁଙ୍କୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଆକୃଷ୍ଟ ହେବେ ।

ଶ୍ରୀ ପ୍ରଧାନ କହିଛନ୍ତି, ପ୍ରାଣୀ ଉଦ୍ୟାନ ହେଉଛି ପରିବେଶ ଶିକ୍ଷାର ଏକ ଖୋଲା ବିଦ୍ୟାଳୟ । ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ଏହି ଏନକ୍ଲୋଜରଗୁଡ଼ିକ ମାଧ୍ୟମରେ ପ୍ରାଣୀ ଜଗତ ବିଷୟରେ ନିକଟରୁ ଜାଣିପାରିବେ । ନୂତନ ଭାବେ ନିର୍ମିତ ଏନକ୍ଲୋଜରଗୁଡ଼ିକ ଜୀବଜନ୍ତୁଙ୍କୁ ବଞ୍ଚାଇବାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବ । ଏହା ଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ସ୍ଥାନୀୟ ବ୍ୟବସାୟ ଓ ଅର୍ଥନୀତି ମଜଭୁତ ହେବ । ଅନେକ ଯୁବବର୍ଗଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ସହ ସମ୍ବଲପୁର ଜିଲ୍ଲାର ହୀରାକୁଦ, ଦେବ୍ରିଗଡ଼, ଉଷାକୋଠୀ ଓ ଭୀମମଣ୍ଡଳୀର ରକ୍ ଆର୍ଟ ଅଞ୍ଚଳରେ ମଧ୍ୟ ପର୍ଯ୍ୟଟକଙ୍କ ସୁବିଧା ବୃଦ୍ଧି କରି ଜିଲ୍ଲାର ହସ୍ତତନ୍ତ, ବୟନଶିଳ୍ପ, କାରିଗରୀ, ଖାଦ୍ୟପେୟ ଏବଂ ମା' ସମଲେଶ୍ୱରୀଙ୍କ ମନ୍ଦିରକୁ ସୋ କେସ୍ କରାଯିବାର ଯୋଜନା ରହିଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande