ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସାଧାରଣରେ ଦାବି
କେନ୍ଦୁଝର, ୨୪ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମପଞ୍ଚାୟତ ବାଇଜାପଡ଼ା ଗ୍ରାମ ତଳ ସାହି (ଠାକୁରାଣୀ ଶାଳ) ପାଖରେ ଥିବା ନଳକୂପଟି ଦୁଇ ମାସରୁ ଉର୍ଦ୍ଧ୍ଵ ହେବ ସଂପୂର୍ଣ୍ଣ ଭାବେ ଅଚଳ ଅବସ୍ଥାରେ ପଡ଼ିରହିଛି। ଏହାଦ୍ବାରା ତଳ ସାହିରେ ବସବାସ କରି ରହିଥ‌ିବା
ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସାଧାରଣରେ ଦାବି


କେନ୍ଦୁଝର, ୨୪ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମପଞ୍ଚାୟତ ବାଇଜାପଡ଼ା ଗ୍ରାମ ତଳ ସାହି (ଠାକୁରାଣୀ ଶାଳ) ପାଖରେ ଥିବା ନଳକୂପଟି ଦୁଇ ମାସରୁ ଉର୍ଦ୍ଧ୍ଵ ହେବ ସଂପୂର୍ଣ୍ଣ ଭାବେ ଅଚଳ ଅବସ୍ଥାରେ ପଡ଼ିରହିଛି। ଏହାଦ୍ବାରା ତଳ ସାହିରେ ବସବାସ କରି ରହିଥ‌ିବା ପରିବାର ଲୋକେ ମୁନ୍ଦାଏ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖ ହେଉଛନ୍ତି। ଏହାକୁ ନେଇ ବାଇଜାପଡ଼ା ଗ୍ରାମ ତଳ ସାହିର ଜନସାଧାରଣ ହରିଚନ୍ଦନପୁର ବ୍ଲକ ଅଧୀନରେ କାର୍ଯ୍ୟରତ ଥିବା ଆର.ଡବ୍ଲୁ.ଏସ୍. ଏସ୍ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଫୋନ୍ କରି ଜଣାଇବା ପାଇଁ ବହୁ ଚେଷ୍ଟା ସତ୍ତ୍ବେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଫୋନ୍ ରିସିଭ୍ କରୁନଥବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି ଏକ ଶହରୁ ଉର୍ଦ୍ଧ୍ଵ ପରିବାର। ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଏହାକୁ ଯଥା ଶୀଘ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେଇ ବାଇଜାପଡ଼ା ତଳ ସାହି ବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦେବା ପାଇଁ ସାଧାରଣରେ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande