
ଜୟପୁର, ୨୪ ନଭେମ୍ବର (ହି.ସ.)-ଦେଶି ମଦ ପ୍ରସ୍ତୁତି ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ଥାନା ପକ୍ଷରୁ ବଡ ଓଜେଇ ଜଙ୍ଗଲରେ ଚଢଉ କରାଯାଇଛି । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୧୮ ଶହ ଲିଟର ପୋଚ ଓ ୨୪୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ବିଷୟ ଆଜି ଜୟପୁର ଅବକରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି