
ଜୟପୁର, 24 ନଭେମ୍ବର (ହି.ସ.) ଜୟପୁର କୁମ୍ଭାର ସାହି ସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରର ମୁଖ୍ୟ ଉଦ୍ଧେଶ୍ୟ ଥିଲା ଚିକିତ୍ସାଳୟରେ ଅଗ୍ନି ଦୁର୍ଘଟଣା ଘଟିଲେ ତାକୁ କିପରି ନିୟନ୍ତ୍ରଣ କରାଯାଇପାରିବ,ଚିକିତ୍ସାଳୟରେ ଫାୟୀରା ଇଷ୍ଟିନଗ୍ୟୁସର ରଖିବା, ଆପତ କାଳୀନ ଦ୍ବାର କେମିତି ଖୋଲାଯିବ ସେନେଇ ଆଲୋଚନା କରାଯାଇଥିଲା। ଅଗ୍ନିଶମ ଅଧିକାରୀ ସୁରେଶ କୁମାର ବାରିକ ଓ କେନ୍ଦ୍ରାଧିକାରୀ ସର୍ଯ୍ୟ ବେହେରାଙ୍କ ନେତୃତ୍ବରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି