
କେନ୍ଦ୍ରାପଡା, ୨୪ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ପୌରପାଳିକା ମଢିଆଳ ଠାରେ ଧ୍ରୁବ ଇଏନଟି ଏବଂ ଡେଣ୍ଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସହରର ବିଭିନ୍ନ ୱାର୍ଡରୁ ସଂଖ୍ୟାଧିକ ଲୋକେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବା ନିମନ୍ତେ ପହଞ୍ଚିଥିଲେ ଓ ସମ ହସ୍ପିଟାଲ ଆସୋସିଏଟ ପ୍ରଫେସର ଡାକ୍ତର ଲୋକନାଥ ସାହୁଙ୍କ ନେତୃତ୍ୱରେ ସ୍ତ୍ରୀ ଆସିଷ୍ଟାଣ୍ଟ ପ୍ରଫେସର ଅଦ୍ୱିତୀୟା ରଥ ଏବଂ ଅନ୍ୟ ବିଜ୍ଞ ଡାକ୍ତର ମାନଙ୍କ ଏକ ଟିମ କେନ୍ଦ୍ରାପଡ଼ା ମଢିଆଳରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ କରାଯାଇଥିଲା। ସମ ହସ୍ପିଟାଲ ଆସୋସିଏଟ ପ୍ରଫେସର ଡାକ୍ତର ଲୋକନାଥ ସାହୁଙ୍କ ନିଜ ଜନ୍ମ ମାଟି କେନ୍ଦ୍ରାପଡ଼ା ହୋଇଥିବାରୁ ଲୋକ ମାନଙ୍କ ସେବା କରିବା ପାଇଁ ଏହିଭଳି ଏକ ସ୍ୱାଗତ ଯୋଗ୍ୟ କାର୍ଯ୍ୟକ୍ରମର ପରିକଳ୍ପନା କରିଥିଲେ। ଡାକ୍ତର ଲୋକନାଥ ଭୁବନେଶ୍ୱର ରେ ରହିଲେ ମଧ୍ୟ ବାପା ପ୍ରଫୁଲ୍ଲ ସାହୁ, ମା ବିଜୟଲକ୍ଷ୍ମୀ ସାହୁ ଦେଇଥିବା ସଂସ୍କାର ଏବଂ କେନ୍ଦ୍ରାପଡ଼ା ବାସୀଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଭୁଲିପାରିନାହାନ୍ତି ଯାହା ଫଳରେ ନିଜ ସ୍ତ୍ରୀ ତଥା କେନ୍ଦ୍ରାପଡ଼ା ବୋହୁ ଡାକ୍ତର ଅଦ୍ୱିତୀୟା ରଥଙ୍କ ସହ କେନ୍ଦ୍ରାପଡ଼ା ଆସିଛନ୍ତି ଲୋକଙ୍କ ସେବା କରିବା ପାଇଁ।
ଏହି ପରିପେକ୍ଷୀରେ ନିଜ ଜେଜେ ସ୍ବର୍ଗତ ଧ୍ରୁବ ସାହୁଙ୍କ ନାଁ ରେ ଏହି ମାଗଣା ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇଥିଲା। ଯାହା ଦ୍ୱାରା କେନ୍ଦ୍ରାପଡ଼ା ଲୋକେ ନିଶ୍ଚିନ୍ତ ଭାବରେ ସେବା ପାଇ ପାରିବେ।
ହିନ୍ଦୁସ୍ଥାନ ସମାଚାର / ରବି