
ଭୁବନେଶ୍ୱର, 24 ନଭେମ୍ବର (ହି.ସ.) ଭୁବନେଶ୍ବର ଗାନ୍ଧି ମାର୍ଗରେ ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡି କର୍ମୀ ମାନେ ଆଜି ବିଶାଳ ସମାବେଶରେ ସାମିଲ ହୋଇଛନ୍ତି । ବିଭିନ୍ନ ଦାବି ନେଇ ଅଙ୍ଗନବାଡ଼ି କର୍ମଚାରୀ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ସରକାରଙ୍କୁ ଜଣାଇବା ଲାଗି ଏହି ବିକ୍ଷୋଭ କରିଛନ୍ତି । ଭାରତୀୟ ମଜଦୁର ସଂଘ ସହ ସହବନ୍ଧିତ ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ତରଫରୁ ଏହି ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଇଛି ।
ସେମାନଙ୍କର ଦାବି ଗୁଡିକ ମଧ୍ୟରେ ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସରକାରୀ ମାନ୍ୟତା କରାଯିବା ଅନ୍ଲାଇନ୍ରେ ସବୁ କାମ ହେଉଥିବାରୁ ମୋବାଇଲ, ସିମ୍ ଏବଂ ରିଚାର୍ଜ ପାଇଁ ଅର୍ଥ ଦିଆ ଯିବା ଆଦି ସାମିଲ ରହିଛି । ଏହା ସହିତ ସେମାନଙ୍କରୁ ଅବସରକାଳୀନ ସହାୟତା ପ୍ରଦାନ କରାଯିବାକୁ ମଧ୍ୟ ଦାବି ରହିଛି । ୨୦୨୧ ମସିହାରୁ ପ୍ରମୋସନ୍ କରାଯାଇ ନାହିଁ ଯାହାଫଳରେ ବହୁ କର୍ମଚାରୀ ଅବସର ନେବାକୁ ବସିଲେଣି, ଏହା ଉପରେ ଗୁରୁତ୍ଵ ଦିଆଯାଉ। ଗ୍ରାଚୁଇଟି ବି ପ୍ରଦାନ କରାଯିବା ଆଦି ଆଦି ଦାବି ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ