
ଜୟପୁର, ୨୪ ନଭେମ୍ବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ବାରିଣିପୁଟ ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ବିଡିଓ ଶକ୍ତି ମହାପାତ୍ର, ସହକାରି ଯନ୍ତ୍ରୀ ରଞ୍ଜିତା ରାଣି ପଣ୍ଡା, ପ୍ରୋଗ୍ରାମ ଆସିଷ୍ଟାଣ୍ଡ ସସ୍ମିତା ପରିଡାଙ୍କ ସହ ଅନ୍ୟ ଲାଇନ ର ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଅଙ୍ଗନବାଡି କେନ୍ଦ୍ରରେ ନଳକୂପ ଖନନ, ପାନୀୟ ଜଳ ଯୋଗାଣ ଉପରେ ଦାବି କରାଯାଇଥିଲା । ଏହା ସହ ଲୋକମାନେ ବିଭିନ୍ନ ସରକାରୀ ଯୋଜନାର ଲାଭ କିପରି ପାଇବେ ସେନେଇ ଉପସ୍ଥିତ ଅଧିକାରି ମାନେ ସଚେତନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି