ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କ ୨ ଦିନିଆ କୋରାପୁଟ ଓ ନବରଙ୍ଗପୁର ଗସ୍ତ
ଜୟପୁର, ୨୪ ନଭେମ୍ବର (ହି.ସ.)- ଓଡିଶା ରାଜ୍ୟ ସରକାରଙ୍କ କୃଷି ବିଭାଗର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ଏମ୍.ଏସ୍. ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନ, ଜୟପୁର ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମନ୍ଵିତ କୃଷି ପ୍ରଣାଳୀ ପ୍ରକଳ୍ପ କାର୍ଯ୍ୟକ୍ରମକୁ ପରିଦର୍ଶନ କରିବା ନିମନ୍ତେ କୃଷି ବିଭାଗର ଯୁଗ
ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କ ୨ ଦିନିଆ କୋରାପୁଟ ଓ ନବରଙ୍ଗପୁର ଗସ୍ତ:


ଜୟପୁର, ୨୪ ନଭେମ୍ବର (ହି.ସ.)- ଓଡିଶା ରାଜ୍ୟ ସରକାରଙ୍କ କୃଷି ବିଭାଗର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ଏମ୍.ଏସ୍. ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନ, ଜୟପୁର ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମନ୍ଵିତ କୃଷି ପ୍ରଣାଳୀ ପ୍ରକଳ୍ପ କାର୍ଯ୍ୟକ୍ରମକୁ ପରିଦର୍ଶନ କରିବା ନିମନ୍ତେ କୃଷି ବିଭାଗର ଯୁଗ୍ମ କୃଷି ନିର୍ଦ୍ଦେଶକ (ଡାଲି ଓ ତୈଳବୀଜ) ତଥା ସମନ୍ଵିତ କୃଷି ପ୍ରଣାଳୀ ପ୍ରକଳ୍ଳ୍ପର ନୋଡାଲ ଅଫିସର ବିଷ୍ଣୁ ପ୍ରସାଦ ପଟ୍ଟନାୟକ କୋରାପୁଟ ଜିଲ୍ଲାର ବୈପାରୀଗୁଡା ଏବଂ ନବରଙ୍ଗପୁର ଜିଲ୍ଲାର କୋସାଗୁମୁଡା ଅଭିମୁଖେ ଗସ୍ତ କରିଛନ୍ତି।

ସେ ଏମ୍.ଏସ୍. ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ସମନ୍ଵିତ କୃଷି ପ୍ରଣାଳୀ ପ୍ରକଳ୍ଳ୍ପ ଦ୍ୱାରା ତ୍ୱରାନ୍ୱିତ ହେଉଥିବା ସମସ୍ତ କାର୍ଯ୍ୟକଳାପକୁ ପରିଦର୍ଶନ କରିଥିଲେ। ସର୍ବ ପ୍ରଥମେ ସେ ବୈପାରୀଗୁଡା ବ୍ଲକର ବାଲିଗାଁ ପଂଚାୟତ ଅନ୍ତର୍ଗତ ଖୁଟୁଗୁଡା ପରିଦର୍ଶନ କରିଥିଲେ। ଏହି ଗ୍ରାମରେ ସେ ଖଗପତି ପୂଜାରୀଙ୍କ ପୋଖରୀ ବୁଲି ସମନ୍ଵିତ କୃଷି ପ୍ରଣାଳୀରେ ମାଛ ଚାଷ ମଡେଲକୁ ପ୍ରଶଂସା କରି ଚାଷୀମାନଙ୍କ ସହ ଆଲୋଚନା ସମୟରେ ବୈଜ୍ଞାନିକ ପ୍ରଣାଳୀରେ ମାଛଚାଷ ଓ ସଠିକ ସମ୍ପଦ ବ୍ୟବହାର ଦ୍ୱାରା ଚାଷୀମାନଙ୍କ ଆୟ ବୃଦ୍ଧି ହେଉଥିବା ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ପୋଖରୀରେ ମାଛ ଚାଷ ସହିତ ପୋଖରୀ ହୁଡ଼ା ଏବଂ ଚାରିପାଖରେ ବିଭିନ୍ନ ପନିପରିବା, ଫଳ ଗଛ ଚାଷ ହୋଇଥିବା ଦୃଶ୍ୟ ମଧ୍ୟ ଅବଲୋକନ କରିଲେ। ସେହିଭଳି ଭାବରେ ସେ କୋଷାଗୁମୁଡା ବ୍ଲକ ରାଜୋଡା ପଂଚାୟତ ଅନ୍ତର୍ଗତ ଚୁରୁଚୁଣ୍ଡ ଗ୍ରାମର କପିଳେଶ୍ୱର ସମରଥ ଏବଂ ରଜୋଡା ଗ୍ରାମର ବୀରେନ୍ଦ୍ର ପୂଜାରୀଙ୍କ ସମନ୍ବିତ ପ୍ରଣାଳୀରେ ହୋଇଥିବା ପୋଖରୀ ଦେଖି ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ।

ଏହା ସହିତ ସେ କୁକୁଡ଼ା ସହାୟତା ପାଇଥିବା ଜମିହୀନ ପରିବାରମାନଙ୍କ ସହ କମ୍ୟୁନିଟି ନର୍ସରୀ ଓ ଛତୁ ଚାଷରେ ଲିପ୍ତ ଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ତାଙ୍କର ଆର୍ଥିକ ବୃଦ୍ଧି ଉପରେ ଆଲୋଚନା କରିଥିଲେ। ସେହିଭଳି ସେ କୁସୁମପାଲି ଗ୍ରାମକୁ ପରିଦର୍ଶନ କରି ଅଲେଖ ମହିମା ସ୍ୱୟଂ ସହାୟକ ଗୋଷ୍ଠୀ କରିଥିବା ଗୋଷ୍ଠୀ ଚାରା ଉତ୍ପାଦନ ସ୍ଥଳ ଏବଂ ଜୈବିକ ସାର ପ୍ରସ୍ତୁତ କେନ୍ଦ୍ର ତଥା ମାଣ୍ଡିଆ ଚୁନା କଳର ପରିଚାଳନା ଉପରେ ବୁଝି ଖୁସି ପ୍ରକଟ କରିଥିଲେ। ଏହାପରେ ଗୀତାଞ୍ଜଳି ସ୍ୱୟଂ ସହାୟକ ଗୋଷ୍ଠୀ ସେମାନେ କରିଥିବା ଗୋଷ୍ଠୀ ଚାରା କେନ୍ଦ୍ରକୁ ପରିଦର୍ଶନ କରିବାକୁ ଅନୁରୋଧ କରିଥିଲେ। ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଚାରା ବିକ୍ରୟ କରି ଭଲ ଆୟ ହେଉଛି ବୋଲି ଯୁଗ୍ମ କୃଷି ଅଧିକାରୀଙ୍କୁ ମତବ୍ୟକ୍ତ କରିଥିଲେ। ସେ ମଧ୍ୟ ଅନ୍ୟ ସମସ୍ତ ଚାଷୀମାନଙ୍କ ସହ କିପରି ଏହି ପ୍ରକଳ୍ପ ଗ୍ରାମୀଣ ଜୀବିକାକୁ ସୁଦୃଢ କରିଛି ଏବଂ ଚାଷୀ ପରିବାରମାନଙ୍କ ଆର୍ଥିକ ସ୍ଥିତିକୁ ଶକ୍ତିଶାଳୀ କରିଛି ତାହା ଉପରେ ଆଲୋଚନା କରିଥିଲେ।

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଏମ୍.ଏସ୍. ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ସଂଯୋଜକ ଅକ୍ଷୟ କୁମାର ପଣ୍ଡା ଓ ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ଏସ. ରାଜୁ, ଆର. ଜିଭା, ତ୍ରିପତି ଖୁରା, ଶ୍ଵେତା ଖୁରା, ହରିବନ୍ଧୁ ହରିଜନ, ମାକ୍ସ ଗିଲ, ପ୍ରିୟଙ୍କା ପାତ୍ର, କୃତିବାସ ରାଉତ, ଶୀତାପ୍ରସାଦ ସେନାପତି ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande