ଜଷ୍ଟିସ ସୂର୍ଯ୍ୟକାନ୍ତ ଆଜି ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବରେ ଶପଥ ନେବେ
ନୂଆଦିଲ୍ଲୀ, ୨୪ ନଭେମ୍ବର (ହି.ସ.)- ଜଷ୍ଟିସ ସୂର୍ଯ୍ୟକାନ୍ତ ଆଜି ଭାରତର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବରେ ବ୍ରାଜିଲ ସମେତ ସାତଟି ଦେଶର ମୁଖ୍ୟ ବିଚାରପତି ଏବଂ ସୁପ୍ରିମକୋର୍ଟ ବିଚାରପତି ଯୋଗଦେବେ । ଏହି ସମାରୋହରେ
ଜଷ୍ଟିସ ସୂର୍ଯ୍ୟକାନ୍ତ ଆଜି ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବରେ ଶପଥ ନେବେ


ନୂଆଦିଲ୍ଲୀ, ୨୪ ନଭେମ୍ବର (ହି.ସ.)- ଜଷ୍ଟିସ ସୂର୍ଯ୍ୟକାନ୍ତ ଆଜି ଭାରତର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବରେ ବ୍ରାଜିଲ ସମେତ ସାତଟି ଦେଶର ମୁଖ୍ୟ ବିଚାରପତି ଏବଂ ସୁପ୍ରିମକୋର୍ଟ ବିଚାରପତି ଯୋଗଦେବେ ।

ଏହି ସମାରୋହରେ ବ୍ରାଜିଲ ବ୍ୟତୀତ ଭୁଟାନ, କେନିଆ, ମାଲେସିଆ, ମରିସସ୍‌, ନେପାଳ ଏବଂ ଶ୍ରୀଲଙ୍କାର ମୁଖ୍ୟ ବିଚାରପତିମାନେ ମଧ୍ୟ ସେମାନଙ୍କ ପରିବାର ସହିତ ଯୋଗଦେବେ । ଭାରତୀୟ ନ୍ୟାୟପାଳିକାର ଇତିହାସରେ ଏହା ପ୍ରଥମ ଥର ହେବ ଯେ ଅନ୍ୟ ଦେଶରୁ ଏତେ ସଂଖ୍ୟାରେ ନ୍ୟାୟିକ ପ୍ରତିନିଧିମଣ୍ଡଳି ଜଣେ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ ।

ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ୫୩ତମ ମୁଖ୍ୟ ବିଚାରପତି ହେବେ ଏବଂ ତାଙ୍କର କାର୍ଯ୍ୟକାଳ୧୪ ମାସ ରହିବ । ସେ ୯ ଫେବୃଆରୀ, ୨୦୨୭ ରେ ଅବସର ନେବେ । ଜଷ୍ଟିସ ସୂର୍ଯ୍ୟକାନ୍ତ ହରିୟାଣାରୁ ପ୍ରଥମ ମୁଖ୍ୟ ବିଚାରପତି ହେବେ । ପୂର୍ବତନ ମୁଖ୍ୟ ବିଚାରପତି ବି.ଆର. ଗଭାଇ ଗତକାଲି ଅବସର ନେଇଛନ୍ତି । ଜଷ୍ଟିସ ବି.ଆର. ଗଭାଇଙ୍କ ଶେଷ କାର୍ଯ୍ୟ ଦିବସ ନଭେମ୍ବର ୨୨ ଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande