ତାମିଲନାଡୁର ତିରୁବନ୍ନାମଲାଇରେ କାର୍ତିଗଇ ଦୀପମ ମହୋତ୍ସବ ଆରମ୍ଭ, ଅରୁଣାଚଳେଶ୍ୱର ମନ୍ଦିରରେ ୬୩ ଫୁଟ ଉଚ୍ଚ ସ୍ୱର୍ଣ୍ଣ ପତାକା ଉତୋଳନ
ତିରୁବନ୍ନାମଲାଇ, ୨୪ ନଭେମ୍ବର (ହି.ସ.)- ସୋମବାର ସକାଳେ ତାମିଲନାଡୁର ପ୍ରସିଦ୍ଧ ଅରୁଣାଚଳେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ମଧ୍ୟରେ କାର୍ତିଗଇ ଦୀପମ୍ ମହୋତ୍ସବ ଆରମ୍ଭ ହୋଇଛି । ବୈଦିକ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ୬୩ ଫୁଟ ଉଚ୍ଚ ସ୍ୱର୍ଣ୍ଣ ପତାକା ଉତୋଳନ କରାଯାଇଛି, ଏଥି ସହିତ ଏହି ଐତିହାସିକ ୧୦ ଦିନିଆ
ତାମିଲନାଡୁର ତିରୁବନ୍ନାମଲାଇରେ କାର୍ତିଗଇ ଦୀପମ ମହୋତ୍ସବ ଆରମ୍ଭ, ଅରୁଣାଚଳେଶ୍ୱର ମନ୍ଦିରରେ ୬୩ ଫୁଟ ଉଚ୍ଚ ସ୍ୱର୍ଣ୍ଣ ପତାକା ଉତୋଳନ


ତିରୁବନ୍ନାମଲାଇ, ୨୪ ନଭେମ୍ବର (ହି.ସ.)- ସୋମବାର ସକାଳେ ତାମିଲନାଡୁର ପ୍ରସିଦ୍ଧ ଅରୁଣାଚଳେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ମଧ୍ୟରେ କାର୍ତିଗଇ ଦୀପମ୍ ମହୋତ୍ସବ ଆରମ୍ଭ ହୋଇଛି । ବୈଦିକ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ୬୩ ଫୁଟ ଉଚ୍ଚ ସ୍ୱର୍ଣ୍ଣ ପତାକା ଉତୋଳନ କରାଯାଇଛି, ଏଥି ସହିତ ଏହି ଐତିହାସିକ ୧୦ ଦିନିଆ ମହୋତ୍ସବର ଶୁଭାରମ୍ଭ ହୋଇଛି । ଅରୁଣାଚଳେଶ୍ୱର ମନ୍ଦିର ପଂଚଭୂତ ସ୍ଥଳମାନଙ୍କରେ ଅଗ୍ନି ସ୍ଥଳ ଭାବରେ ଜଣାଶୁଣା, ଏବଂ ପ୍ରତିବର୍ଷ ବିଶ୍ୱର ଲକ୍ଷ ଲକ୍ଷ ଭକ୍ତ କାର୍ତିଗଇ ଦୀପମ୍ ର ଦିବ୍ୟ ପର୍ବ ଦେଖିବା ପାଇଁ ଏଠାକୁ ଆସିଥାନ୍ତି ।

୧୦ ଦିନି ବ୍ୟାପୀ ଚାଲିବ ମହୋତ୍ସବ :-

ପ୍ରଥମ ଦିନରେ ଏକ ପଂଚମୂର୍ତି ପରେଡ୍ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ, ମନ୍ଦିର ପରିସରରେ ଏବଂ ତିରୁଭନ୍ନାମଲାଇର ରାସ୍ତାରେ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହେବ । ୭ମ ଦିନରେ, ପାରମ୍ପରିକ ରଥ ଉତ୍ସବ ଅନୁଷ୍ଠିତ ହେବ, ଯେଉଁଥିରେ ପଂଚମୂର୍ତି ଭବ୍ୟ ଛତାରେ ସୁସଜ୍ଜିତ ହୋଇ ସହର ପରିକ୍ରମା କରିବେ ।

ଡିସେମ୍ବର ୩ ରେ ଭରଣୀ ଦୀପମ୍ ଏବଂ ମହାଦୀପମ୍ :-

ଉତ୍ସବର ଶେଷ ପର୍ଯ୍ୟାୟରେ, ଡିସେମ୍ବର ୩ ତାରିଖ ଭୋର୍ ୪ଟାରେ ଗର୍ଭଗୃହରେ ଭରଣୀ ଦୀପମ୍ ପ୍ରଜ୍ୱଳିତ କରାଯିବ । ଏହି ଦିନ ସନ୍ଧ୍ୟା ୬ ଟାରେ ୨,୬୬୮ ଫୁଟ ଉଚ୍ଚ ଅନ୍ନାମଲାଇ ପାହାଡ଼ର ଶୀର୍ଷରେ ମହାଦୀପ ପ୍ରଜ୍ୱଳିତ କରାଯିବ, ଯାହାର ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତିରୁବନ୍ନାମଲାଇରେ ପହଂଚିଥାନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande