
ନୂଆପଡ଼ା, ୨୪ ନଭେମ୍ବର (ହି.ସ)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ସାଂସ୍କୃତିକ ଅନୁଷ୍ଠାନ ଠାରେ ଖଡ଼ିଆଳ ମହୋତ୍ସବ ପାଳନ କମିଟିର ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବରେ ନଗରପାଳ ଉଜ୍ଜଳ ଗୁପ୍ତା, ଉପ ସଭାପତି ସୁଶାନ୍ତ ତାଣ୍ଡି, ସମ୍ପାଦକ ସୁନିଲ ସାହୁ, ସହ ସମ୍ପାଦକ ଗିରିଧାରୀ ବିଭାର, ପୂର୍ବତନ ସଭାପତି ନିମାଇଁ ଚରଣ ତାଣ୍ଡି, ଅକ୍ଷୟ ନନ୍ଦ, ମହେଶ ଦଣ୍ଡସେନା ପ୍ରମୁଖ ମଞ୍ଚାସିନ ଥିଲେ। ଏଥିରେ ମହୋତ୍ସବ ପାଳନ କମିଟି ଗଠନ କରାଯାଇଥିଲା। ମହୋତ୍ସବ ପାଳନ କମିଟି ସଭାପତି ଭାବରେ ଅଧୀରାଜ ପାଣିଗ୍ରାହୀ, ଉପ ସଭାପତି ଭାବରେ ୩ ଜଣ ସୁଶାନ୍ତ ବିଶି(ଅର୍ଥ ଓ ଷ୍ଟଲ), ସୁଶାନ୍ତ ତାଣ୍ଡି (ସାଂସ୍କୃତିକ) ଓ ଉଜ୍ଜଳ ଗୁପ୍ତାଙ୍କୁ (ମଞ୍ଚ) ଦାୟିତ୍ଵ ନେଇ ଚୟନ କରାଯାଇଥିଲା। ସମ୍ପାଦକ ଭାବରେ ପୃଥିରାଜ ମହାନ୍ତି, ସହ ସମ୍ପାଦକ ଭାବରେ ଗିରିଧାରୀ ବିଭାର, ପ୍ରବୀଣ ପଟ୍ଟନାୟକ ଓ ହିରାଧର ମେହେର ଓ କୋଷାଧ୍ୟକ୍ଷ ଭାବରେ ପବିତ୍ର ମୋହନ ପ୍ରଧାନଙ୍କୁ ଚୟନ କରାଯାଇଥିଲା। ସହଯୋଗୀ ଭାବରେ ଦେବାଶିଷ ତାଣ୍ଡି ଓ ତାପସ ପତିଙ୍କୁ ଚୟନ କରାଯାଇଥିବା ବେଳେ ଉପଦେଷ୍ଟା କମିଟିର ନିମାଇଁ ଚରଣ ତାଣ୍ଡି, ସୁନିଲ ସାହୁ, ଜିତେନ୍ଦ୍ର ନାଥ ପଟ୍ଟନାୟକ, ଦେବ ଦେବ ପ୍ରସାଦ ସିଂହଦେଓ, ପଦ୍ମଲୋଚନ ବର୍ମା ଓ ଅମରେଶ ପଟ୍ଟନାୟକଙ୍କୁ ଚୟନ କରାଯାଇଥିଲା। ଅନ୍ୟ ଏକ ବୈଠକରେ ଅନ୍ୟାନ୍ୟ କମିଟିର କର୍ମକର୍ତ୍ତା ଚୟନ ପାଇଁ ନିଷ୍ପତ୍ତି ହୋଇଥିଲା।
ଆଜିର କାର୍ଯ୍ୟକ୍ରମରେ ମହୋତ୍ସବ ପାଳନ କମିଟିର ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ