କୁମାରବସ୍ତ ଲୋକନାଥଦେବ କ୍ରିକେଟ ଟୁର୍ନାମେଣ୍ଟ ମକୁନ୍ଦ ପ୍ରସାଦ ଓ ଅଟ୍ରି ବିଜୟୀ
ଖୋର୍ଦ୍ଧା, 24 ନଭେମ୍ବର (ହି.ସ.) - ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ମକୁନ୍ଦ ପ୍ରସାଦ ଦଳ କୁମାରବସ୍ତ ଦଳ କୁ ୪ ୱିକେଟରେ ପରାସ୍ତ କରିଛି ‌। କୁମାରବସ୍ତ ଦଳ ପ୍ରଥମେ ବ
Cricket


ଖୋର୍ଦ୍ଧା, 24 ନଭେମ୍ବର (ହି.ସ.) - ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ମକୁନ୍ଦ ପ୍ରସାଦ ଦଳ କୁମାରବସ୍ତ ଦଳ କୁ ୪ ୱିକେଟରେ ପରାସ୍ତ କରିଛି ‌। କୁମାରବସ୍ତ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୧୧୧ ରନ୍ ସଂଗ୍ରହ କରିଥିଲେ ।।ଜବାବ ରେ ମକୁନ୍ଦ ପ୍ରସାଦ ଦଳ ୧୪ ଓଭର ରେ ଆବଶ୍ୟକ ୧୧୨ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା।ଶ୍ରେଷ୍ଠ ଖେଳାଳି ପଙ୍କଜ ନାୟକ ଙ୍କୁ ସମାଜସେବୀ ସଂଗ୍ରାମ ରାମଚନ୍ଦ୍ର ଛୋଟରାୟ ପୁରସ୍କୃତ କରିଥିଲେ। ଦ୍ଵିତୀୟ ମ୍ୟାଚ (ନନ ଆଧାର) ଟସ୍ ରେ ବିଜୟ ଲାଭ କରି ଅଟ୍ରି ଦଳ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା।ପ୍ରଥମେ ବ୍ୟାଟିଂ କରି ଅଟ୍ରି ଦଳ ନିର୍ଦ୍ଧାରିତ ୨୦ ଓଭର ରୁ ସମସ୍ତ ୱିକେଟ ହରାଇ ୧୮୧ ରନ ସଂଗ୍ରହ କରିଥିଲେ।ଦଳ ପକ୍ଷରୁ ପ୍ରଦୀପ ରାଉତ ୫୮ ରନ୍ ସଂଗ୍ରହ କରିଥିଲେ। ଜବାବରେ ଭୁବନେଶ୍ୱର ଦଳ ନିର୍ଦ୍ଧାରିତ ୨୦ଓଭର ରେ ୭ ୱିକେଟ ହରାଇ ୧୭୫ ରନ୍ ରେ ସିମିତ ରହି ପରାଜିତ ହୋଇଥିଲା।ଦଳ ପକ୍ଷରୁ ରିତିକ ମହାନ୍ତି ୩ ଟି ୱିକେଟ ନେଇ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ସମାଜସେବୀ ରାମଚନ୍ଦ୍ର ସାମନ୍ତରାୟ ଙ୍କ ଠୁ ପୁରସ୍କାର ଗ୍ରହଣ କରିଥିଲେ।ଖେଳଟିକୁ ପରିଚାଳନା କରୁଥିଲେ ସାନୁଜ ବିଶ୍ୱାଳ,ସୋଭାକର ପାତ୍ର ଓ ସ୍କୋରର ଦାୟିତ୍ଵରେ ପ୍ରକାଶ ସାହୁ ଓ ସୂର୍ୟ ପ୍ରତାପ ଗଜେନ୍ଦ୍ର ରହିଥିଲେ। ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ପ୍ରଶାନ୍ତ ନାଟୁଆ ଓ ଅମୀୟ ପ୍ରଧାନ କାର୍ଯ୍ୟ କରିଥିଲେ। କାଜଲ ବଳିୟାର ସିଂ ମ୍ୟାଚ ରେଫରୀ ଦାୟିତ୍ଵ ତୁଲାଇଥିଲେ ।୨୫/୧୧/୨୫ପ୍ରଥମ ମ୍ୟାଚ୍ ଗଙ୍ଗପଡ଼ା ବନାମ ଯଦୁପୁର ଏବଂ ଦ୍ଵିତୀୟ ମ୍ୟାଚ ଢେଙ୍କାନାଳ ବନାମ ମଞ୍ଚେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଦୁର୍ଯ୍ୟୋଧନ ପରିଡା ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande