ପାଣିକୋଇଲି ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ କୋରେଇ ବିଧାୟକଙ୍କ ସମୀକ୍ଷା
କୋରେଇ, ୨୪ ନଭେମ୍ବର (ହି.ସ.)- ଦିନକୁ ଦିନ ପାଣିକୋଇଳି ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବଂ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଛି । ଏହି ଟ୍ରାଫିକ ସମସ୍ୟାର ସମାଧାନ ପାଇଁ କୋରେଇ ବିଧାୟକ ଆକାଶ ଦାସ ନାୟକ ଅଂଟା ଭିଡିଛନ୍ତି । ଗତ ଅକ୍ଟୋବର ୨୩ ତାରିଖ ନିଜେ ବିଧାୟକ, ଜିଲ୍ଲାପାଳ, ଜାତୀୟ
ପାଣିକୋଇଲି ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ କୋରେଇ ବିଧାୟକଙ୍କ ସମୀକ୍ଷା


କୋରେଇ, ୨୪ ନଭେମ୍ବର (ହି.ସ.)- ଦିନକୁ ଦିନ ପାଣିକୋଇଳି ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବଂ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଛି । ଏହି ଟ୍ରାଫିକ ସମସ୍ୟାର ସମାଧାନ ପାଇଁ କୋରେଇ ବିଧାୟକ ଆକାଶ ଦାସ ନାୟକ ଅଂଟା ଭିଡିଛନ୍ତି । ଗତ ଅକ୍ଟୋବର ୨୩ ତାରିଖ ନିଜେ ବିଧାୟକ, ଜିଲ୍ଲାପାଳ, ଜାତୀୟ ରାଜପଥ ବିଭାଗ, ପୂର୍ତ ବିଭାଗ, ପରିବହନ ବିଭାଗ ଓ ପୁଲିସ ମିଳିତ ଭାବେ ସମୀକ୍ଷା କରିଥିଲେ । ପରେ ରାଜସ୍ୱ ବିଭାଗ ପକ୍ଷରୁ ଜବରଦଖଲ ସରକାରୀ ଜମିକୁ ମାପ କରାଯାଇଥିଲା । ହେଲେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇନାହିଁ । ତେବେ କିପରି ଏହାର ଉଚ୍ଛ୍ରେଦ କରାଯିବ ଓ କ'ଣ କଲେ ଟ୍ରାଫିକ ସମସ୍ୟା ଦୂରିକରଣ ହୋଇପାରିବ ସେନେଇ ଆଜି ବିଧାୟକ ରାଜପଥ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ବର୍ମା ଓ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ପ୍ରଶାନ୍ତ ପୁହାଣ, ରାଜସ୍ୱ ନିରୀକ୍ଷକ କାଟେ ପୂର୍ତି, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ, ଯୁବ ନେତା ପ୍ରିତିରଂଜନ ସାହୁ, ପାଣିକୋଇଲି ସରପଂଚ ପଦ୍ମାବତୀ ପଣ୍ଡା, ଯୁବନେତା ସେକ ଜହର ଅଲ୍ଲୀ, ସୂର୍ଯ୍ୟମଣି ପଣ୍ଡା, ଗୋକୁଳାନନ୍ଦ ସାହୁଙ୍କ ସମେତ ସ୍ଥାନୀୟ କର୍ମୀ ମାନେ ଉପସ୍ଥିତ ଥିଲେ । ଜାତୀୟ ରାଜପଥ ୧୬ ଓ ୨୦ର ମିଶ୍ରଣସ୍ଥଳୀ ପାଣିକୋଇଲି ହୋଇଥିବାରୁ ପ୍ରତିଦିନ ହଜାର ହଜାର ଗାଡ଼ି ମୋଟର ଜିଲ୍ଲା ତଥା ରାଜ୍ୟ ବାହାରକୁ ଯିବା ଆସିବା କରିଥାନ୍ତି । ଏତଦ ବ୍ୟତୀତ ଜିଲ୍ଲାର ଶିଳ୍ପ ହବ କଳିଙ୍ଗ ନଗରରୁ ଦୈନନ୍ଦିନ ଶହ ଶହ ଟ୍ରଲର ସମେତ କେନ୍ଦୁଝର ଜିଲ୍ଲାରୁ ଖଣିଜ ପଦାର୍ଥ ମଧ୍ୟ ପାଣିକୋଇଲି ମଧ୍ୟ ଦେଇ ଚାଲାଣ ହୋଇଥାଏ । ଫଳରେ ପ୍ରତିଦିନ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ଛୋଟ ବଡ଼ ଦୁର୍ଘଟଣାମାନ ଘଟି ଧନଜୀବନ କ୍ଷୟକ୍ଷତି ଘଟିଥାଏ । ଟ୍ରାଫିକ ଥାନାର ଅଭାବ ସହିତ ହାତଗଣତି କିଛି ଗୃହରକ୍ଷୀ ଟ୍ରାଫିକ ନିୟନ୍ତ୍ରଣର ଦାୟିତ୍ୱ ତୁଲାଇଥାନ୍ତି । ସ୍ଥାନୀୟ ଅଧିବାସୀ ମାନେ ଗଳିପୋଲ ପାଇଁ ମଧ୍ୟ ରାଜପଥ ବିଭାଗକୁ ପ୍ରସ୍ତାବ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande