ନିଖୋଜ ଓକିଲଙ୍କ କାର ଓ ଗଳିତ ମୃତଦେହ ପୋଖରୀରୁ ଉଦ୍ଧାର
ନିଖୋଜ ଓକିଲଙ୍କ କାର ଓ ଗଳିତ ମୃତ ଦେହ ପୋଖରୀରୁ ଉଦ୍ଧାର
Advocate dead body


Advocate dead body


Advocate dead body


ବାରିପଦା, ୨୪ ନଭେମ୍ବର (ହି.ସ.)- ଦୁଇ ମାସ ତଳେ ନିଖୋଜ ଥିବା ଓକିଲଙ୍କ କାର ଓ କାର ଭିତରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି ।ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଉପର ବେଡା ରାସ୍ତା କଡରେ ଥିବା ପୋଖରୀ ଭିତରୁ କାର ସହ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ ।

ସୂଚନା ମୁତାବକ, ବିଶୋଇ ଥାନା ଅନ୍ତର୍ଗତ ଟୁରକୁଚଟାଣି ଗ୍ରାମର ଗୁଲେସ ଚନ୍ଦ୍ର ଗୋଛାୟତ ଗତ ୨୧/୦୯/୨୦୨୫ ଗୁରୁବାର ଅପରାହ୍ନ ୪ଟା ସମୟରେ ଅଲଟୋ କେ୧୦ କାର ନମ୍ବର ଓଡ଼ି୧୧ ଏଏଫ ୮୬୨୮ ଯୋଗେ ମୟୂରଭଞ୍ଜ ସୀମାନ୍ତ ପଡୋଶୀ ଝାଡଖଣ୍ଡ ରାଜ୍ୟର ବହଡାଗୋଡା ଯାଉଛି କହି ଘରୁ ବାହାରି ଯାଇଥିଲେ । ତେବେ ପରିବାର ଲୋକ ଯୋଗାଯୋଗ କରିବାରୁ ଶ୍ରୀ ଗୋଛାୟତ ପ୍ରତି ଉତ୍ତର ଦେଇଥିଲେ କି ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟର ଖଡଗପୁର ପଳେଇ ଆସିଛି ରାତିରେ ଫେରିବି କହି ଫୋନ କାଟି ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ମୋବାଇଲ ସୁଇଚ ଅଫ ଓ ଘରକୁ ନ ଫେରିବାରୁ ତାଙ୍କ ସ୍ତ୍ରୀଙ୍କ ମନରେ ସନ୍ଦେହ ହେବାରୁ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ନଥିଲା । ଏହି ସମୟରେ ନଭେମ୍ବର ୨୪ ତାରିଖ ସକାଳ ୬ଟା ସମୟରେ ଝାରପୋଖରିଆ ଥାନା ଅନ୍ତର୍ଗତ ଉପରବେଡା ଗ୍ରାମର ଲୋକେ ପୋଖରୀ ଭିତରେ ଏକ କାର ପଶିଥିବା ଦେଖି ଝାରପୋଖରିଆ ଥାନା ଓ ସାରସକଣା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପୋଖରୀ ଭିତରୁ କାର କୁ ଉଦ୍ଧାର କରିଥିଲେ ଓ କାର ଭିତରୁ ଏକ ଗଳିତ ଶବକୁ ଉଦ୍ଧାର କରିଥିଲେ । ତେବେ ମୃତ ଶରୀରଟି ପଚିସଢି ଯାଇଥିବାରୁ ଚିହ୍ନଟ ପାଇଁ ତାଙ୍କ ପରିବାର ଲୋକଙ୍କୁ ଅପେକ୍ଷା କରିଛି ପୋଲିସ ।

ଓକିଲଙ୍କ ସମ୍ପର୍କୀୟ ଲୋକଙ୍କ କହିବା ମୁତାବକ, ତାଙ୍କୁ ଅପହରଣ ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଓ ସାଇଣ୍ଟିଫିକ ଟିମ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜାରି ରହିଛି; ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande