ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଜିଲ୍ଲା କୃଷକ ସଂଗଠନ
ସୁବର୍ଣ୍ଣପୁର, ୨୪ ନଭେମ୍ବର (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର କର୍ମକର୍ତାମାନେ ଗତକାଲି ସନ୍ଧ୍ଯାରେ ଜିଲ୍ଲାପାଳ ଡଃ. ନୃପରାଜ ସାହୁଙ୍କୁ ସାକ୍ଷାତ କରି ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ l ଖରିଫ ଋତୁରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ତଥା ନିର୍ଦ୍ଧାର
ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଙ୍କ ସହ ଆଲୋଚନା କଲେ ଜିଲ୍ଲା କୃଷକ ସଂଗଠନ


ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଙ୍କ ସହ ଆଲୋଚନା କଲେ ଜିଲ୍ଲା କୃଷକ ସଂଗଠନ


ସୁବର୍ଣ୍ଣପୁର, ୨୪ ନଭେମ୍ବର (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର କର୍ମକର୍ତାମାନେ ଗତକାଲି ସନ୍ଧ୍ଯାରେ ଜିଲ୍ଲାପାଳ ଡଃ. ନୃପରାଜ ସାହୁଙ୍କୁ ସାକ୍ଷାତ କରି ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ l ଖରିଫ ଋତୁରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ତଥା ନିର୍ଦ୍ଧାରିତ ସମୟ ଡିସେମ୍ବର ୧୫ ପୂର୍ବରୁ ଧାନ କିଣା, ଭିତ୍ତିଭୂମି ନଥିବା ଏସଏଚଜି ଗ୍ରୁପ ଓ ପେକ୍ସକୁ ଧାନ କିଣା ଦାୟିତ୍ଵରୁ ବାଦ ଦେବା ଏବଂ ଚାଷୀ ଯେମିତି ତା'ର ଧାନ ନିର୍ଦ୍ଧାରିତ ଦରରେ ବିକି ପାରିବ ଇତ୍ୟାଦି ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଆଜି ଅନୁଷ୍ଠିତ ହେବାକୁ ଥିବା ପେଡ଼ି ପ୍ରୋକରମେଣ୍ଟ ମିଟିଂରେ ସବିଶେଷ ଆଲୋଚନା କରିବା ଓ ଏହାର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିଥିଲେ l ଧାନ କିଣା ପୂର୍ବରୁ ଓ ଧାନ କିଣା ସମୟରେ ଜିଲ୍ଲାର ପ୍ରତ୍ୟେକ ରାଇସ ମିଲ ଓ ପେକ୍ସ୍ ମାନଙ୍କୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ଅଚାନକ ପରିଦର୍ଶନ କରି ଷ୍ଟକ୍ ଯାଞ୍ଚ କରିବାକୁ ମଧ୍ୟ ଆଲୋଚନା କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande