ଗାଦିମଡ଼ା ସହକାରୀ ପରିବହନ ଅଧିକାରିଙ୍କ ଦବଙ୍ଗଗିରି, ଚାଲାଣ କାଟିବା ବେଳେ ଗାଡ଼ି ମାଲିକଙ୍କୁ ଦୁର୍ବ୍ୟବହାର, ଥାନାରେ ହେଲେ ହଟହଟା
ଭଦ୍ରକ, ୨୪ ନଭେମ୍ବର (ହି.ସ.) - ଭଦ୍ରକ ସଡ଼କ ପରିବହନ କାର୍ଯ୍ୟାଳୟ ରେ ଦୀର୍ଘ ବର୍ଷ ଧରି ଗାଦିମାଡ଼ି ବସିଥିବା ଅଫିସର ଗାଡ଼ି ମାଲିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ଧାମନଗର ଥାନା ପରିସରରେ ପ୍ରାୟ ଏକ ଘଂଟା ଧରି ହୋହଲ୍ଲା ଲାଗି ରହିଥିଲା।ଏପରି କି ଅଧିକାରି ଜଣ ଙ୍କ ହଟହଟା ହେବାକୁ ପଡ଼
PARIBAHAN ADHIKARI NKA DABANG GIRI


ଭଦ୍ରକ, ୨୪ ନଭେମ୍ବର (ହି.ସ.) - ଭଦ୍ରକ ସଡ଼କ ପରିବହନ କାର୍ଯ୍ୟାଳୟ ରେ ଦୀର୍ଘ ବର୍ଷ ଧରି ଗାଦିମାଡ଼ି ବସିଥିବା ଅଫିସର ଗାଡ଼ି ମାଲିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ଧାମନଗର ଥାନା ପରିସରରେ ପ୍ରାୟ ଏକ ଘଂଟା ଧରି ହୋହଲ୍ଲା ଲାଗି ରହିଥିଲା।ଏପରି କି ଅଧିକାରି ଜଣ ଙ୍କ ହଟହଟା ହେବାକୁ ପଡ଼ିଥିଲା ସ୍ଥାନୀୟ ପୋଲିସ ଏହା କୁ ସମାଧାନକରିଥିଲେ। ହେଲେ କାହା ପକ୍ଷରୁ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି। ତେବେ ଥାନା ଏଏସ୍‌ଆଇ ନରେନ୍ଦ୍ର ରାଉତ ଓ ସୁଜିତ ରାଉତ ବୁଝାସୁଝା କରି ଛାଡ଼ିଥିଲେ। ଘଟଣା ରୁ ପ୍ରକାଶଯେ ରବିବାର ଦିନ ଭଦ୍ରକ ପରିବହନ ବିଭାଗ ର ସହକାରୀ ଅଧିକାରି ସେକ ରହିମ ତାଙ୍କ ଟିମ ଧରି ଧାମନଗର କଲେଜ ନିକଟରେ ଗାଡ଼ି ଚେକ କରୁଥିଲେ। ଭୁଲ ଥିବା ଲୋକଙ୍କୁ ଜରିମାନା ଲଗାଉଥିଲେ। ଏତିକି ବେଳେ ପାହାଡ଼ପୁର ଅଂଚଳର ଶ୍ରୀକାନ୍ତ ସାହୁ ନିଜ ସୁଜୁକି ଗାଡ଼ି ନେଇ ଯାଉଥିଲେ। ତାଙ୍କୁ ଅଟକାଇ ଫାଇନ କରିଥିଲେ। ଗାଡ଼ିର ପଲ୍ୟୁସନ୍‌, ହାଇ ସିକ୍ୟୁରିଟି ସୁରକ୍ଷା ପ୍ଲେଟ୍‌, ସିଟ୍ ବେଲଟ ପିନ୍ଧି ନଥିବାରୁ ୧୬ ହଜାର ଟଙ୍କାର ଫାଇନ ଲଗାଇଥିଲେ। ଏତିକି ବେଳେ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ସରୋଜ ଖୁଂଟିଆ ଚେକିଙ୍ଗି ସ୍ଥଳରେ ଫଟୋ ଉଠାଇଥିଲେ। କାହିଁକି ଫଟୋଇଲ କହି ସାମ୍ବାଦିକଙ୍କ ଆଡ କୁ ମାଡି ଆସୁଥିଲେ। ଅଧିକାରୀ ଜଣଙ୍କ ନାଲି ଆଖି ଦେଖାଇ ରାଗି ଜୋରରେ ଚିଲାଇ କ'ଣ ପାଇଁ ଫଟୋ ଉଠାଇଲ ବୋଲି ପଚାରିଥିଲେ ସେକ ରହିମ। ଜଣେ ସିନିଅର ଅଫିସରଙ୍କ ଫଟୋ ଉଠାଇବା ଲାଗି ନିୟମ ନାହିଁ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଆଉ ସାମ୍ବାଦିକଙ୍କୁ ତାଙ୍କ ଗାଡ଼ିରେ ବସାଇ ଥାନାକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସାମ୍ବାଦିକ ଗାଡ଼ିରେ ନ ବସି ନିଜ ଗାଡ଼ିରେ ଥାନାକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ତର୍କ ବିତର୍କ ଲାଗିଥିଲା। ସୁଚନା ଥାଉକି ସହକାରୀ ପରିବହନ ଅଧିକାରି। ଦୀର୍ଘ ୬ ବର୍ଷ ଧରି ଭଦ୍ରକ ଆରଟିଓ ଅଫିସରେ କାମ କରିଆସୁଛନ୍ତି। ଏହିଠାରେ ସେ ଜୁନିଅର ଏମଭିଆଇରୁ ସହକାରୀ ଏମଭିଆଇ ପର୍ଯ୍ୟନ୍ତ ପଦୋନ୍ନତି ପାଇଛନ୍ତି। ଏଣୁ ସବୁ ବର୍ଗର ଲୋକଙ୍କୁ ହାତରେ ରଖି ସେ ଏଠାରେ ଗାଦି ମାଡ଼ି ବସିଥିବାରୁ ତାଙ୍କର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ତେବେ ଅଧିକାରୀ ଜଣ ଙ୍କ ବିଭିନ୍ନ ସମୟରେ ଲୋକ ଙ୍କୁ ବିଭିନ୍ନ ଭୟ ଦେଖାଉଥିବାର ଅଭିଯୋଗ ହୋଇଛି।ତେବେ ଜଣେ କାର୍ଯ୍ୟରତ ସାମ୍ବାଦିକ ଫଟ ଉଠାଉଥିବାବେଳେ ତାଙ୍କୁ ଜଣେ ଅଧିକାରୀ ଏପରି ବ୍ୟବହାର ନେଇ ସାମ୍ବାଦିକ ମହଲରେ ନିନ୍ଦା କରା ଯାଇଚି।ତେବେ ଦୀର୍ଘବର୍ଷଧରି ଏହି ଅଧିକାରି ଜିଲ୍ଲାରେ ଗାଦିମାଡିବସି କାହାକୁ ମାନୁ ନାହାଁନ୍ତି। ଏ ଦିଗରେ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରୁ ଦାବି ହେଉଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande