ପିଜିଟି ଶିକ୍ଷକଶିକ୍ଷୟତ୍ରୀଙ୍କୁ ନେଇ ପାଂଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ
ଭୁବନେଶ୍ୱର, ୨୪ ନଭେମ୍ବର (ହି.ସ.)- ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ରାଜନୀତି ବିଜ୍ଞାନ ଓ ଅର୍ଥନୀତି ବିଷୟର ସ୍ନାତକୋତର ବା ପିଜିଟି ଶିକ୍ଷକଶିକ୍ଷୟତ୍ରୀଙ୍କ ନିମନ୍ତେ ଆରମ୍ଭ ହୋଇଛି ପାଞ୍ଚ ଦିନିଆ ପ୍ରଶିକ୍ଷ
ପିଜିଟି ଶିକ୍ଷକଶିକ୍ଷୟତ୍ରୀଙ୍କୁ ନେଇ ପାଂଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ


ଭୁବନେଶ୍ୱର, ୨୪ ନଭେମ୍ବର (ହି.ସ.)- ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ରାଜନୀତି ବିଜ୍ଞାନ ଓ ଅର୍ଥନୀତି ବିଷୟର ସ୍ନାତକୋତର ବା ପିଜିଟି ଶିକ୍ଷକଶିକ୍ଷୟତ୍ରୀଙ୍କ ନିମନ୍ତେ ଆରମ୍ଭ ହୋଇଛି ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଭୁବନେଶ୍ୱର ଶିରିପୁରସ୍ଥିତ ଇମେଜ ଠାରେ ଆଜି ଉଦଘାଟିତ ହୋଇଯାଇଛି ଏହି ପ୍ରଶିକ୍ଷଣ ଶିବିର ଓ ଏହି ପ୍ରଶିକ୍ଷଣରେ ୯୦ ଜଣ ପିଜିଟି ଶିକ୍ଷକଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି।

ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା, ଶ୍ରୀମତୀ ନିୟତି ପଟ୍ଟନାୟକ ଯୋଗଦେଇ ପିଜିଟି ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ଉପରେ ଗୁରୁତ୍ୱ ଦେବା ନିମନ୍ତେ ନିଜର ଦକ୍ଷତା ବୃଦ୍ଧି ଜରୁରୀ ବୋଲି ସୂଚନା ଦେଇଛନ୍ତି ଓ ଛାତ୍ରଛାତ୍ରୀମାନଙ୍କୁ ଭୟହୀନ ପରିବେଶରେ ଚାପମୁକ୍ତ ପାଠପଢ଼ା ଉପରେ ଗୁରୁତ୍ୱାରୋପ କରିବା ନିମନ୍ତେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସ୍ନିଗ୍ଧା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଶ୍ରୀ ଜିତେନ୍ଦ୍ର ନାୟକ, ଉପ ନିର୍ଦ୍ଦେଶକ, ଡ଼. ଉମାକାନ୍ତ ସେଠୀ, ଓଆଇସି, ସାମସ୍ ପ୍ରମୁଖ ଯୋଗ ଦେଇଥିଲେ । ଉପ ନିର୍ଦ୍ଦେଶିକ ଶ୍ରୀମତୀ ସିଏଚ. ବିଜୟଲକ୍ଷ୍ମୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମରେ ପିଜିଟିମାନଙ୍କ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦିଆଯିବ ଓ ବୃତ୍ତି ସମ୍ୱନ୍ଧୀୟ ସଚେତନତା, ଶିକ୍ଷକମାନଙ୍କ ବୃତିଗତ ବିକାଶ, ଶ୍ରେଣୀଗୃହ ପରିଚାଳନା, ଗ୍ରୁପ ଆକ୍ଟିଭିଟି, ଆକାଂକ୍ଷା ବିଦ୍ୟାଳୟର ରୂପରେଖ ଆଦି ସମ୍ପର୍କରେ ତାଲିମ୍ ଦିଆଯିବ ଓ ପ୍ରତ୍ୟେକ ଦିନ ପାଞ୍ଚଟି ଅଧିବେଶନ, ମୋଟ୍ ୨୫ ଟି ଅଧିବେଶନ ସମେତ ସ୍ଥାନୀୟ ପରିଭ୍ରମଣର ମଧ୍ୟ ଯୋଜନା କରାଯାଇଛି । ପରିଶେଷରେ ମତାମତ ଗ୍ରହଣ ଏବଂ ସାର୍ଟିଫିକେଟ ପ୍ରଦାନ କରାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande