
କେନ୍ଦୁଝର, ୨୪ ନଭେମ୍ବର (ହି.ସ.)- ବଡ଼ବିଲ ପୌରାଞ୍ଚଳ ୧୫ ନମ୍ବର ୱାର୍ଡ ଅନ୍ତର୍ଗତ କଳିଙ୍ଗ ନଗର ଠାରେ ଥିବା ଗାୟତ୍ରୀ ଶକ୍ତିପୀଠର ୧୬ ତମ ବାର୍ଷିକ ଉତ୍ସବ ଓ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇଛି। ଓଡିଶା ଖଣି ନିଗମ ଅଧୀନରେ ଥିବା କଳିଙ୍ଗ ଲୌହ କାରଖାନାର ମୁଖ୍ୟ ପରିଚାଳକ ରଞ୍ଜନ କୁମାର ବେହେରା ଗାୟତ୍ରୀ ଧ୍ଵଜା ଉତ୍ତୋଳନ କରି କାର୍ଯକ୍ରମର ଶୁଭାରମ୍ଭ କରିଥିବା ବେଳେ ସମାଜସେବୀ ପ୍ରଣବ କୁମାର ଦାସ ସଂମ୍ମାନିତ ଅତିଥ୍ ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ଉପସ୍ଥିତ ୫ ଶହରୁ ଉଦ୍ଧ ମହିଳାଙ୍କୁ ନେଇ ଏକ ବିଶାଳ କଳସ ଶୋଭାଯାତ୍ରାର ଆୟୋଜନ କରାଯାଇ ସ୍ଥାନୀୟ ମାଟକାମବେଡା ନାଳରୁ ଜଳ ଅଣାଯାଇଥିଲା । ଜଳାଭିଷେକ ପରେ ପଞ୍ଚ କୁଣ୍ଡିୟ ଯଜ୍ଞର ଆହୁତି ଦିଆଯାଇ ଯଜ୍ଞର ଶୁଭାରମ୍ଭ କରରାଯାଇଥିଲା । ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ ଗାୟତ୍ରୀ ଶକ୍ତି ପୀଠ ପରିବାର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ବାଲେଶ୍ବରରୁ ଆସିଥିବା ପ୍ରବଚକ ଗୁରୁ ରାଜେଶ ପଣ୍ଡାଙ୍କ ପ୍ରବଚନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଜିଲ୍ଲାରେ ଥିବା ବିଭିନ୍ନ ଗାୟତ୍ରୀ ପରିବାର ର ସଦସ୍ୟ ମଧ୍ଯ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ତିନି ଦିନ ମଧ୍ଯରେ କୌଣସି ବ୍ୟକ୍ତି ନିଜ ପିଲାର ନାମକରଣ ଓ ମୁଣ୍ଡନ ବିଧି ଏଠାରେ ନିଃଶୁଳ୍କ ଭାବେ କରି ପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।
ଗାୟତ୍ରୀ ଶକ୍ତି ପୀଠର ମୁଖ୍ୟ ଟ୍ରଷ୍ଟି ସୁବଳ କୁମାର ସାହୁଙ୍କ ତତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ସଭାପତି ପ୍ରଶାନ୍ତ କୁମାର ସାହୁ, ଉପ-ସଭାପତି ଗିରିଧ ଗିରିଧାରୀ ଲାଲ ସମେତ ଗାୟତ୍ରୀ ଶକ୍ତିପୀଠ ପରିବାରର ସମସ୍ତ ମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । ତିନି ଦିନ ଧରି ପ୍ରସାଦ ସେବନର ମଧ୍ୟ ଆୟୋଜନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA