ରେଢାଖୋଲ ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣୀ
ସମ୍ବଲପୁର, ୨୪, ନଭେମ୍ବର (ହି.ସ.) ଆଜି ରେଢାଖୋଲ ବ୍ଲକ କାର୍ଯ୍ୟାଳୟ ଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶୁଣାଣି ଠାରେ ମୋଟ ୭୨ଟି ଆବେଦନ ଗ୍ରହଣ କରାଯାଇଥିଲା ଯେଉଁଥିରୁ ୫୬ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୬ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା।
ରେଢାଖୋଲ ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣୀ


ସମ୍ବଲପୁର, ୨୪, ନଭେମ୍ବର (ହି.ସ.) ଆଜି ରେଢାଖୋଲ ବ୍ଲକ କାର୍ଯ୍ୟାଳୟ ଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶୁଣାଣି ଠାରେ ମୋଟ ୭୨ଟି ଆବେଦନ ଗ୍ରହଣ କରାଯାଇଥିଲା ଯେଉଁଥିରୁ ୫୬ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୬ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା। ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଠାରେ ୧ଟି ଅଭିଯୋଗର ସମାଧାନ କରାଯାଇଥିଲା। ରେଢାଖୋଲର ଉପଜିଲ୍ଲାପାଳ, ଏସଡ଼ିପିଓଙ୍କ ସମେତ ଅନ୍ୟ ପ୍ରମୁଖ ପ୍ରଶାସନିକ ଅଧିକାରୀ ଜନ ଅଭିଯୋଗ ଶୁଣାଣି ଠାରେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande