
ସମ୍ବଲପୁର, ୨୪ ନଭେମ୍ବର(ହି.ସ.) – ସମ୍ବଲପୁର ସରକାରୀ ମହିଳା କଲେଜ ଏନସିସି ୟୁନିଟ ତରଫରୁ ଆୟୋଜିତ ବାହିନୀର ୭୭ତମ ପ୍ରତିଷ୍ଠା ଦିବସ ଆଜି ଅନୁଷ୍ଠାନର ପ୍ରାଶାସନିକ ଅଧିକାରୀ ପ୍ର. ଯୋଗେଶ ଚନ୍ଦ୍ର ଭୋଇ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ପୂର୍ବକ ପତାକା ଉତୋଳନ କରିଥିଲେ। ୟୁନିଟ ଅଧିକାରୀ ମେଜର ସରିତା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପ୍ର. ଭୋଇ ଦିବସ ପାଳନର ଉଦ୍ଦେଶ୍ୟ, ତାତ୍ପର୍ଯ୍ୟ ତଥା ବିକଶିତ ଭାରତର ସ୍ୱପ୍ନକୁ ସମ୍ପୂର୍ଣ୍ଣ କରିବାରେ ଏନସିସି ର ଲକ୍ଷ୍ୟ ଏକତା ଓ ଶୃଙ୍ଖଳା ବିଶେଷ ଜରୁରୀ ବୋଲି ପ୍ରକାଶ କରିଥିଲେ। ଦିବସ ପାଳନ ଅବସରରେ ଯୋଗଦେଇ ଥିବା କ୍ୟାଡେଟମାନଙ୍କୁ ଭବିଷ୍ୟତ ଭାରତର ନିର୍ମାତା ବୋଲି ଅଭିହିତ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ କ୍ୟାଡେଟ ଜୁନିଅର ଅଣ୍ଡର ଅଫିସର ଅପସରା ଖାତୁନ, ସରଜେଂଟ ସ୍ନେହା ରାଜଗୁରୁ ଓ ଲେନ୍ସ କର୍ପୋରାଲ ରୁବାନା ଅନଜାନା ସଂଯୋଜନା କରିଥିଲେ। ଦିବସ ପାଳନ ଉପଲକ୍ଷେ କ୍ୟାଡେଟ ସଂଜ୍ଞାସ୍ମିତା ନାୟକ, ସିଦ୍ଧିଶ୍ରୀ ବକ୍ସି, ଅଦିଜା ବେହେରା, ଜିଜ୍ଞାସା ମେହେର ଓ ଦେବସ୍ମିତା ଛ୍ରୁ। ଜୀବନକୁ ଶୃଙ୍ଖଳିତ ଓ ପରିବର୍ତିତ କରିବାରେ ଏନ ସି ସି ର ଭୂମିକା ଉପରେ ଆଲୋକପାତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ