ଶ୍ରୀ ବଳଦେବଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି ସମ୍ପନ୍ନ
କେନ୍ଦ୍ରାପଡା, ୨୪ ନଭେମ୍ବର (ହି.ସ.)- ମହାପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି ଆଜି ଅନୁଷ୍ଠିତ ହୋଇଯାଇଛି । ପରେ ଠାକୁରଙ୍କୁ ମହାସ୍ନାନ କରାଯାଇଛି । ତତ୍‌ପରେ ସକାଳ ଧୂପ ସହିତ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇଛି । ଏହାପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ପ୍ରକାଶ ଥାଉ
ଶ୍ରୀ ବଳଦେବଜୀଉ


କେନ୍ଦ୍ରାପଡା, ୨୪ ନଭେମ୍ବର (ହି.ସ.)- ମହାପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି ଆଜି ଅନୁଷ୍ଠିତ ହୋଇଯାଇଛି । ପରେ ଠାକୁରଙ୍କୁ ମହାସ୍ନାନ କରାଯାଇଛି । ତତ୍‌ପରେ ସକାଳ ଧୂପ ସହିତ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇଛି । ଏହାପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି ।

ପ୍ରକାଶ ଥାଉକି, ମହାପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି ପାଇଁ ସୋମବାର ସକାଳ ୮ଟା ଠାରୁ ଦିନ ୧୨ଟା ପର୍ଯ୍ୟନ୍ତ ପ୍ରାୟ ଚାରି ଘଂଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ସକାଳେ ଜୟ ମଙ୍ଗଳା ଆଳତି ପରେ ଚିତ୍ରକର ସେବକ ରତ୍ନ ସିଂହାସନକୁ ଯାଇ ମହାପ୍ରଭୁଙ୍କ ଏହି ଶ୍ରୀଅଙ୍ଗ ସେବା କାର୍ଯ୍ୟ ତୁଲାଇଥିଲେ । ବିଶେଷ କରି ଏହା ଶ୍ରୀ ବଳଦେବଜୀଉଙ୍କ ସମୂର୍ଣ୍ଣ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande