
କେନ୍ଦ୍ରାପଡା, ୨୪ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବ୍ୟାପକ ପରିମାଣରେ ପଲିଥିନ ବ୍ୟବହାର ଦ୍ୱାରା ଜଳବାୟୁ ଉପରେ ପ୍ରଭାବ ପଡୁଥିବାର ଅଭିଯୋଗ ପାଇବା ପରେ ପୈାରସଂସ୍ଥା ତରଫରୁ ପଲିଥିନ ବ୍ୟବହାର କରୁଥିବା ଦୋକାନୀ ମାନଙ୍କ ଉପରେ ଚଢଉ କରାଯାଇଛି । ପୈାରସଂସ୍ଥାର ଏଲଆଇ ରମାକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ପୋଲିସ ଅଧିକାରୀ ତିନିମୁହାଣୀ ଠାରୁ ସାନ୍ତସାହି ପୋଲ ପର୍ଯ୍ୟନ୍ତ ପଲିଥିନ ବ୍ୟବହାର କରୁଥିବା, ବିକ୍ରି କରୁଥିବା ଏବଂ ପଲିଥିନରେ ସଉଦା ବିକ୍ରି କରୁଥିବା ଦୋକାନୀ ମାନଙ୍କ ଉପରେ ଚଢଉ କରି ୫୩ କେଜି ପଲିଥିନ ଜବତ କରିବା ସହିତ ପ୍ରାୟ ୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।
ଏହି ଚଢଉ ସମୟରେ ପ୍ରଦିପ୍ତ କୁମାର ମହାନ୍ତି, ପି.କେ. ମଲିକ, କପିଳେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି