ତିଖାଲି ଡ୍ୟାମ ଅଂଚଳରେ ୩୦ ଟିକିଆ ହାତୀ ପଲ
ନୂଆପଡ଼ା, ୨୪ ନଭେମ୍ବର(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଅଂଚଳରେ ଆଜି ୩୦ ଟିକିଆ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଛି। ଏହି ହାତୀପଲ ଛତିଶଗଡ ଦେଇ ସୁନାବେଡ଼ା ଅଭୟାରଣ୍ୟ ଅଂଚଳରୁ ଆଜି ତିଖାଲି ଅଂଚଳରେ ବୁଲୁଥିବା ଦେଖିବାକୁ ମିଳିଛି। ଏହି ହାତୀ
Tikhali dam re hati


ନୂଆପଡ଼ା, ୨୪ ନଭେମ୍ବର(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଅଂଚଳରେ ଆଜି ୩୦ ଟିକିଆ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଛି। ଏହି ହାତୀପଲ ଛତିଶଗଡ ଦେଇ ସୁନାବେଡ଼ା ଅଭୟାରଣ୍ୟ ଅଂଚଳରୁ ଆଜି ତିଖାଲି ଅଂଚଳରେ ବୁଲୁଥିବା ଦେଖିବାକୁ ମିଳିଛି। ଏହି ହାତୀପଲ ବ୍ୟାପକ ମାତ୍ରାରେ ଫସଲ କ୍ଷତି କରୁଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଲୋକଙ୍କୁ ସତର୍କତା ଅବଲମ୍ବନ କରି ହାତୀ ପାଖକୁ ନଯିବାକୁ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଅନୁରୋଧ କରିଛନ୍ତି। ଏନେଇ ବନବିଭାଗ ପକ୍ଷରୁ ତୀକ୍ଷ୍ମ ନଜର ରଖାଯାଇଥିବା ବେଳେ ଡ୍ରୋନର ସହାୟତା ନିଆଯାଇଛି। ଯେଉଁ ଚାଷୀଙ୍କ ଫସଲ କ୍ଷତି ହୋଇଛି ତେବେ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଖଡ଼ିଆଳ ବନଖଣ୍ଡ ଅଧିକାରୀ।

ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande