
କେନ୍ଦ୍ରାପଡା, ୨୪ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ର ଜଣାଶୁଣା ଛଘରିଆ ଯୁବକ ସଂଘ ପକ୍ଷରୁ ମା’ ଖରାଖାଇ ପୀଠରେ ବୃକ୍ଷରୋପଣ କରାଯାଇଛି । ଏହି ବୃକ୍ଷରୋପଣ ରେ ସଂଘ ପକ୍ଷରୁ ଆମ୍ବ, ନଡିଆ, ଗୁଆ ଏବଂ ବିଭିନ୍ନ ଔଷଧ ଜାତୀୟ ଏବଂ ଫୁଲଗଛ ରୋପଣ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଯୁବକ ସଂଘର ସଦସ୍ୟ ରଂଜନ ସ୍ୱାଇଁ, ସରୋଜ ମହାନ୍ତି, ମାନସ ରାଉତ, ତାପସ ବାରିକ, ଅତିଶ ସାମଲ, ଚନ୍ଦନ ଜେନା, ଅନନ୍ତ ସ୍ୱାଇଁ, ଯୁବ ସମାଜସେବୀ ଜ୍ଞାନରଂଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି