ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଶତବାର୍ଷିକ ପାଳନ ପାଇଁ ଏକତା ପଦଯାତ୍ରା
ସୁବର୍ଣ୍ଣପୁର, 24 ନଭେମ୍ବର (ହି.ସ.) ବୀର ମହାରାଜ ପୁର ଠାରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଶତ ବାର୍ଷିକୀ ପାଳନ ଉପଲକ୍ଷେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଏହାକୁ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହ ଦେଓ ଯୋଗ ଦେଇ ଶୁଭ ଉଦଘାଟନ କର
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଶତବାର୍ଷିକ ପାଳନ ପାଇଁ  ଏକତା ପଦଯାତ୍ରା*- *ଯୋଗଦେଲେ ଏମ୍ ପି, ବିଧାୟକ , ଜିଲ୍ଲାପାଳ ଓ ଏସପି*

ସୁବର୍ଣ୍ଣପୁର, 24 ନଭେମ୍ବର (ହି.ସ.) ବୀର ମହାରାଜ ପୁର ଠାରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଶତ ବାର୍ଷିକୀ ପାଳନ ଉପଲକ୍ଷେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଏହାକୁ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହ ଦେଓ ଯୋଗ ଦେଇ ଶୁଭ ଉଦଘାଟନ କରି ବିକଶିତ ରାଷ୍ଟ୍ର ନିର୍ମାଣ ଓ ଆତ୍ମ ନିର୍ଭର ଶିଳ ଭାରତ ଗଠନ ଲାଗି ଶପଥ ପାଠ କରାଇଥିଲେ l ସମ୍ମାନିତ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ସୁବର୍ଣ୍ଣପୁର, ଆରକ୍ଷୀ ଅଧିକ୍ଷକ, ଶ୍ରୀ ନାରାୟଣ ନାଏକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀମତୀ ଅଞ୍ଜଳିନା ପଧାନ, ଡି ଏଫ୍ ଓ ଶ୍ରୀ ମଦନ ଲାଲ୍ ଶର୍ମା, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଅଶ୍ଵିନୀ କୁମାର ମେହେର, ବିଜେପି ଜିଲ୍ଲା ସଭାପତି ଶ୍ରୀ ବେଣୁଧର ଦାଶ ଯୋଗ ଦେଇ ଏହି ଏକତା ପଦଯାତ୍ରାରେ ସାମିଲ୍ ହୋଈଥିଲେ l ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭାରତ ବିକାଶର ଅବଦାନକୁ ମନେ ପକାଇବାର ଦିନ ଟିଏ ବୋଲି ଏଠାରେ ଅନୁଷ୍ଟିତ ଏକ ସଭାରେ ମତ ପ୍ରକାଶ କରିଥିଲେ l ଆଜିର ଏହି ପଦଯାତ୍ରା ବୀରମହାରାଜପୁର ମିନି ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ ଆମ୍ବେଦକର ଛକ ସ୍ଥିତ ଡ଼. ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ - ସ୍ଥାନୀୟ ମହାବିଦ୍ୟାଳୟ - ଲାତୁରପେଟ ଗାୟତ୍ରୀ ମନ୍ଦିର (ପାନୀୟ ଜଳ / ଓ.ଆର୍.ଏସ୍. ଯୋଗାଣ) - ରଣାପାଲି ଛକ - ଉଫୁଲା ମାଉସୀ ମା ମନ୍ଦିର , ସ୍ଥାନୀୟ ବସ ଷ୍ଟାଣ୍ଡ , ଚମ୍ପାପୁର ଛକ - ଚମ୍ପାମାଲ ଶିବ ମନ୍ଦିର ବାଟେ ଆସି ପରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ପଦଯାତ୍ରା ସମାପ୍ତ ହୋଇଥିଲା । ଜିଲ୍ଲା କ୍ରୀଡ଼ା ଅଧିକାରୀ, ଶ୍ରୀ ଚିତ୍ତ ରଞ୍ଜନ ମିଶ୍ର, ଡି ଡ଼ବ୍ଲୁ ଓ, ଅଚ୍ୟୁତା ନନ୍ଦ ସିଂ, ଜିଲ୍ଲା ସଂସ୍କୃତି ଅଧିକାରୀ, ସୁଶ୍ରୀ ଯମୁନା ପ୍ରଧାନ, ଜିଲ୍ଲା ସଂଯୋଜକ, ମାଇ ଯୁବ ଭାରତ, ସୁବର୍ଣ୍ଣପୁର ଶ୍ରୀ କୃପାସିନ୍ଧୁ ସା, ସି ଇ ଓ ଓରମାସ, ସମୀର କୁମାର ନାଏକ, ଡି ଏସ ଏସ ଓ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ସ୍ମଲ୍ ସେଭିଂ ଅଫିସର ମଙ୍ଗଳ ପଧାନ ମଧ୍ଯ ପଦ ଯାତ୍ରା ରେ ସାମିଲ୍ ହୋଈ ସମସ୍ତ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ l ସୁବର୍ଣ୍ଣପୁର ଜିଲ୍ଲା ଓ ବୀରମହାରାଜପୁର ବ୍ଳକ୍ ସ୍ତରୀୟ ବହୁ ବୁଦ୍ଧିଜିବୀ ଓ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ l ଗତ ୩୧ ତାରିଖ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଟିତ ଗଣ ଦୌଡ଼ ପ୍ରତିଯୋଗିତର କୃତୀ ପ୍ରତିଯୋଗୀଙ୍କୁ ଓ ଆଜି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବକ୍ତୃତା, ଡ୍ରଇଂ, ଓ ରଚନା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା l ଆଜିର ଏହି ଐତିହାସିକ ଦିବସରେ ବିଭିନ୍ନ କଳାକାର ମାନଂକ ଦ୍ବାରା ଦଣ୍ଡ ନୃତ୍ୟ କାର୍ଯ୍ଯ କ୍ରମ, ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଥିଲା l

--

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande