ଲୁହା ପଥର ବେୋଝଇ ଟ୍ରକ ଧକୋର ମହିଳା ହୋମଗାଡଙ୍ର୍କ ମୃତ୍ୟୁ
କେନ୍ଦ୍ରାପଡ଼ା, ୨୪ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ସଦରଥାନା ଅନ୍ତର୍ଗତ୫୩ ନମ୍ବର ଜାତୀୟ ରାଜପଥର ଶ୍ୟାମସୁନ୍ଦର ପୁର ଚଣ୍ଡିଆ ହୋଟେଲ ଛକ ଠାରେ ଟ୍ରକ ଧକ୍କାରେ ଜଣେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ସ୍ଥାନୀୟ ଦିଆନ ପାଟଣା ଗାଁର ପ୍ରମିଳା ବେହେରା ବୋଲି ଜଣାପଡିଛି। ପ୍ରମିଳା ଆଜି
fêjû _[e         ùaûùSA UâK ]Kûùe cjòkû ùjûcMûWðu céZêý


କେନ୍ଦ୍ରାପଡ଼ା, ୨୪ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ସଦରଥାନା ଅନ୍ତର୍ଗତ୫୩ ନମ୍ବର ଜାତୀୟ ରାଜପଥର ଶ୍ୟାମସୁନ୍ଦର ପୁର ଚଣ୍ଡିଆ ହୋଟେଲ ଛକ ଠାରେ ଟ୍ରକ ଧକ୍କାରେ ଜଣେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ସ୍ଥାନୀୟ ଦିଆନ ପାଟଣା ଗାଁର ପ୍ରମିଳା ବେହେରା ବୋଲି ଜଣାପଡିଛି। ପ୍ରମିଳା ଆଜି ଦିନ ପ୍ରାୟ୧୨ଟା ବେଳେ ନିଜ ସ୍କୁଟିଯୋଗେ ଡିୟୁଟି ସାରି ନିଜ ଘରକୁ ଫେରୁଥିଲେ। ୫୩ନମ୍ବର ଜାତୀୟ ରାଜପଥ ପାରହେବା ସମୟରେ ତାଙ୍କୁ ଏକ ଲୁହାପଥର ବୋଝେଇ ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରମିଳାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଏଭଳି ଥିଲା ହୋମଗାର୍ଡଙ୍କ ମୁଣ୍ଡର ପତାନାହିଁ। ପୂର୍ବରୁ ପ୍ରମିଳାଙ୍କର ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଦୁଇପୁଅ ରାଜ୍ୟ ବାହାରେ ରହି କାମକରନ୍ତି। ଧକ୍କାରେ ସେହି ମହିଳାଙ୍କ ଶରୀର ଭୟଙ୍କରଭାବେ ଛିନ୍ନଭିନ୍ନ ହୋଇ ପଡିଥିଲା ଏବଂ ମୁଣ୍ଡ ଶରୀରରୁ ଅଲଗା ହୋଇ ଯାଇଥିବାରୁ ସେ ମୃତ୍ୟୁବରଣ କରିଥିଲେ। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପାଉତେଜନା ସୃଷ୍ଟି ହୋଇଥିଲା। ସେମାନଙ୍କ ଦାବି–ଜାତୀୟ ରାଜପଥରେ ଅତିରିକ୍ତ ଗତିରେ ଚାଲୁଥିବା ଭାରିବାହନ ପ୍ରତିି ନିୟନ୍ତ୍ରଣ ନଥିବା ଓ ପୋଲିସ ପକ୍ଷରୁ ପର୍ଯ୍ୟାପ୍ତ ନିୟମାନୁଷ୍ଠାନ ନହେବାରୁ ଏପରି ଦୁର୍ଘଟଣା ବୃଦ୍ଧିପାଇଛି। ଘଟଣା ସ୍ଥଳକୁ ପୋଲିସ ଟିମ୍ ପହଂଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଟ୍ରକ ଚାଳକକୁ ସଦର ଥାନା ଅଟକରଖି ପଚରା ଉଚରା କରୁଛି। ଏପରି ହୃଦୟ ବିଦାରକ ଘଟଣା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande