ଟିହରୀରେ ଖାଇକୁ ଖସିଲା ତୀର୍ଥଯାତ୍ରୀଙ୍କ ବସ, 5ଜଣଙ୍କ ମୃତ୍ୟୁ, 24 ଆହତ
ଡେରାଡୁନ, 24 ନଭେମ୍ବର (ହି.ସ.) - ଉତ୍ତରାଖଣ୍ଡର ଟିହରୀ ଜିଲ୍ଲାର କୁଞ୍ଜାପୁରୀ ମନ୍ଦିରର ଦର୍ଶନ କରି ଫେରୁଥିବା ଭକ୍ତମାନଙ୍କର ଏକ ବସ୍ ଭାରସାମ୍ୟ ହରାଇ ଖାଇରେ ପଡ଼ିଗଲା। ଏହି ଦୁର୍ଘଟଣାରେ ପାଞ୍ଚ ଯାତ୍ରୀ ସ୍ଥଳରେ ହିଁ ମୃତ୍ୟୁବରଣ କରିଛନ୍ତି । ଏଥିରେ 24 ଜଣ ଆହତ ହୋଇ
ଟିହରୀରେ ଖାଇକୁ ଖସିଲା ତୀର୍ଥଯାତ୍ରୀଙ୍କ ବସ, 5ଜଣଙ୍କ     ମୃତ୍ୟୁ, 24 ଆହତ


ଡେରାଡୁନ, 24 ନଭେମ୍ବର (ହି.ସ.) - ଉତ୍ତରାଖଣ୍ଡର ଟିହରୀ ଜିଲ୍ଲାର କୁଞ୍ଜାପୁରୀ

ମନ୍ଦିରର ଦର୍ଶନ କରି ଫେରୁଥିବା ଭକ୍ତମାନଙ୍କର ଏକ ବସ୍ ଭାରସାମ୍ୟ ହରାଇ ଖାଇରେ ପଡ଼ିଗଲା। ଏହି

ଦୁର୍ଘଟଣାରେ ପାଞ୍ଚ ଯାତ୍ରୀ ସ୍ଥଳରେ ହିଁ ମୃତ୍ୟୁବରଣ କରିଛନ୍ତି । ଏଥିରେ 24 ଜଣ ଆହତ

ହୋଇଥିବାବେଳେ ସାତ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ଦ୍ୱିପ୍ରହର ପ୍ରାୟ 12ଟାରେ ଟିହରି-ନରେନ୍ଦ୍ରନଗରର

କୁଞ୍ଜାପୁରୀ ମନ୍ଦିରର ଦର୍ଶନ କରି ଫେରୁଥିବା ବସ୍ ଋଷିକେଶ-ଗଙ୍ଗୋତ୍ରୀ ଜାତୀୟ ରାଜପଥ ଉପରେ

ନରେନ୍ଦ୍ରନଗର ଅଞ୍ଚଳରେ କୁଞ୍ଜାପୁରୀ-ହିଣ୍ଡୋଲାଖାଲ୍ ନିକଟରେ ଏକ ଖାଇରେ ଖସିପଡ଼ିଲା। ବସ୍‌ରେ

29 ଲୋକ ଥିଲେ। ଏମାନଙ୍କ ମଧ୍ୟରୁ ପାଞ୍ଚ ଯାତ୍ରୀ ସ୍ଥଳରେ ଜୀବନ ହରାଇଥିଲେ ଏବଂ ଅନେକ ଆହତ

ହୋଇଛନ୍ତି। ଏସ୍‌ଡିଆରଏଫ୍‌ ଅନୁସାରେ, ତିନି ଆହତଙ୍କୁ ଏମ୍ସ ଋଷିକେଶ ଏବଂ ଚାରି ଆହତଙ୍କୁ

ନରେନ୍ଦ୍ରନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ 17 ଅନ୍ୟମାନଙ୍କୁ ପ୍ରାଥମିକ

ଚିକିତ୍ସା ପରେ ହସ୍ପିଟାଲରୁ ଛାଡ଼ି ଦିଆଯାଇଛି। କୁହାଯାଉଛି ବସ୍‌ରେ ମହାରାଷ୍ଟ୍ର, ଗୁଜରାଟ ସହିତ

ଅନ୍ୟାନ୍ୟ ରାଜ୍ୟର ଯାତ୍ରୀମାନେ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande