
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ସରକାରଙ୍କୁ
ଧାନ କିଣାର ହିସାବ ମାଗିଲା ବିଜେଡି । ଆସନ୍ତାକାଲି ଠାରୁ ଧାନ କିଣା ହେବ। ପଞ୍ଜୀକରଣରେ ଗୁଡ଼ାଏ
ଲୋକଙ୍କୁ ବାଦ ଦେଇଛନ୍ତି। ଯେଉଁଥିପାଇଁ ବରଗଡ଼ରେ ଚାଷୀ ରାଜରାସ୍ତାକୁ ଆସିଛନ୍ତି। ଗୋଦାମ ଖାଲି
ନଥିବାରୁ ଚାଷୀଙ୍କୁ ବାଦ୍ ଦେଇଛନ୍ତି। ସରକାର ହିସାବ ଦିଅନ୍ତୁ ଧାନ କିଣି କେତେ ଅଧିକ ଅର୍ଥ
ଦେଇଛନ୍ତି କେତେ ଚାଷୀ ଉପକୃତ ହୋଇଛନ୍ତି ଓ ବାଦ୍ ପଡ଼ିଛନ୍ତି ବୋଲି ଦାବି କରିଛନ୍ତି ବିଜେଡି
ବିଧାୟକ ଅରୁଣ ସାହୁ । ମନ୍ତ୍ରୀ ଯଦି କହୁଛନ୍ତି ଚାଷୀ ଓ ମିଲରଙ୍କ ଭିତରେ କଥାବାର୍ତ୍ତା ଯଦି
ସରକାର ତାହାଲେ କିଏ? ମୁଁ
ବୁଝି ପାରୁନି ସରକାର ଏଠି ଅଛି ନା ନାହିଁ।
ତାହାଲେ କଣ ମିଲର ଧାନ କିଣାରେ ଦୁର୍ନୀତି କରିବେ ଆଉ ସରକାରକୁ ଅର୍ଥ ଦେବେ। ଏହା ଗୋଟେ ବିଷମ ସ୍ଥିତି ସୃଷ୍ଟି କରିବ ବୋଲି ସେ
କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା