ଭୁଟାନ ଗସ୍ତରେ କେନ୍ଦ୍ରମନ୍ତ୍ରୀ ରିଜିଜୁ, ଆଣିବେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ
ନୂଆଦିଲ୍ଲୀ, 24 ନଭେମ୍ବର (ହି.ସ.)- ଭୁଟାନର ଥିମ୍ପୁରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ପ୍ରଦର୍ଶନୀ 25 ନଭେମ୍ବରରେ ସମାପ୍ତ ହେଉଛି। ଏହି ଅବଶେଷକୁ ଫେରାଇ ଆଣିବା ପାଇଁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ନେତୃତ୍ୱରେ ଏକ ଭାରତୀୟ ପ୍ରତିନିଧିମଣ୍ଡଳ ଆଜି ଭୁଟାନ ଯାତ୍
ଭୁଟାନ ଗସ୍ତରେ କେନ୍ଦ୍ରମନ୍ତ୍ରୀ ରିଜିଜୁ, ଆଣିବେ     ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ


ନୂଆଦିଲ୍ଲୀ, 24 ନଭେମ୍ବର (ହି.ସ.)- ଭୁଟାନର ଥିମ୍ପୁରେ ଭଗବାନ ବୁଦ୍ଧଙ୍କ

ପବିତ୍ର ଅବଶେଷର ପ୍ରଦର୍ଶନୀ 25 ନଭେମ୍ବରରେ ସମାପ୍ତ ହେଉଛି। ଏହି ଅବଶେଷକୁ ଫେରାଇ ଆଣିବା ପାଇଁ

କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ନେତୃତ୍ୱରେ ଏକ ଭାରତୀୟ

ପ୍ରତିନିଧିମଣ୍ଡଳ ଆଜି ଭୁଟାନ ଯାତ୍ରା କରିଛି। ରିଜିଜୁ ଏହି ସୂଚନାକୁ ଆଜି ସକାଳେ ‘ଏକ୍ସ’

ପୋଷ୍ଟରେ ଫଟୋ ସହିତ ସେୟାର୍ କରିଛନ୍ତି। ସେ ‘ଏକ୍ସ’ରେ ଲେଖିଛନ୍ତି,

“ମୁଁ ଆଜି ଭୁଟାନ ଯାଉଛି। ମୁଁ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ

ଫେରାଇ ଆଣିବା ପାଇଁ ସାଙ୍ଗରେ ଯାଉଥିବା ପ୍ରତିନିଧିମଣ୍ଡଳର ନେତୃତ୍ୱ କରିବି। ଭଗବାନ

ବୁଦ୍ଧଙ୍କ ପବିତ୍ର ଅବଶେଷକୁ ନୂତନ ଦିଲ୍ଲୀର ନ୍ୟାସନାଲ୍‌ ମ୍ୟୁଜିୟମ୍‌ରୁ

ପଠାଯାଇଥିଲା। ସେଗୁଡିକୁ ଭୁଟାନର ପ୍ରଦର୍ଶନୀରେ ରଖାଯାଇଥିଲା। ଏହି ପ୍ରଦର୍ଶନୀ 25 ନଭେମ୍ବରରେ

ସମାପ୍ତ ହେଉଛି। ତା’ପରେ ଅବଶେଷକୁ ଦେଶକୁ ଫେରାଇ ଅଣାଯିବ।”

ରିଜିଜୁ କହିଛନ୍ତି ଯେ ଭଗବାନ ବୁଦ୍ଧଙ୍କ ପବିତ୍ର

ଅବଶେଷକୁ ଫେରାଇ ଆଣିବା ପାଇଁ ସେ ଭୁଟାନ ଯାଉଛନ୍ତି। ଏହା ଭାରତ-ଭୁଟାନର ସାଧାରଣ ଐତିହ୍ୟ ଏବଂ ଗଭୀର

ସାଂସ୍କୃତିକ ସମ୍ପର୍କର ପ୍ରତୀକ ଅଟେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande