
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ହ୍ୟୁମାନ
ସାଗର ମୃତ୍ୟୁ ଘଟଣାରେ ଗୃହ ବିଭାଗର ଦ୍ୱାରସ୍ଥ ହେଲା ସିଭିଲ ସୋସାଇଟି । ନିରପେକ୍ଷ ତଦନ୍ତ ସହ
ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ଦାବ କରିଛି ସିଭିଲ୍ ସୋସାଇଟି । ଆଜି ଲୋକ ସେବା ଭବନରେ ଗୃହ
ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଭେଟି ସଚିବଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ଦେଇଛି ସିଭିଲ ସୋସାଇଟି
ଓଡିଶା । ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବୀ
କରିଛି ସିଭିଲ ସୋସାଇଟି ।
ପରିବାର ଲୋକଙ୍କ
ଅନୁପସ୍ଥିତିରେ କାହିଁକି ତାଙ୍କୁ ମେଡିକାଲରେ ଆଡମିଟ କରାଗଲା । ଅଧ ରାତିରେ କିଏ ସେ ମହିଳା
ମେଡିକାଲକୁ ଯାଇଥିଲେ । ଏହାର ରହସ୍ୟ ସାମ୍ନାକୁ ଆସୁ । ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି ।
ପୋଲିସ ମାମଲା ରୁଜୁ କରୁ । ବରିଷ୍ଠ ଅଧିକାରୀଙ୍କୁ ନେଇ ପୋଲିସ ଟିମ ତଦନ୍ତ କରି ଦୋଷୀଙ୍କ
ବିରୋଧରେ କାର୍ଯ୍ୟନୁଷ୍ଠାନ ହେଉ ବୋଲି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ସିଭିଲ ସୋସାଇଟି ଓଡିଶା
। ହ୍ୟୁମାନଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା
ଅଭିଯୋଗ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା