
ଆପଣମାନଙ୍କ ଭରସା ଓ
ଆସ୍ଥା ଆମକୁ କାମ କରିବା ପାଇଁ ଶକ୍ତି ଯୋଗାଉଛି- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ
ମୋହନ ଚରଣ ମାଝି ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳର
ସହଯୋଗୀ ତଥା ବରିଷ୍ଠ ଅଧିକାରୀ ମାନେ ଏଥିରେ ଉପସ୍ଥିତ ରହି ଲୋକ ମାନଙ୍କର ଅଭିଯୋଗକୁ ଶୁଣିଥିଲେ
। ଭୁବନେଶ୍ୱର ୟୁନିଟ-୨ ସ୍ଥିତ ପୂର୍ବତନ ସରକାରୀ
ପ୍ରାଥମିକବିଦ୍ୟାଳୟ (କ୍ୟାପିଟାଲ
ନର୍ସରୀ) ଠାରେ ମୁଖ୍ୟମନ୍ତ୍ରୀ
ସେମାନଙ୍କର ଜନଶୁଣାଣି କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, ଆପଣମାନଙ୍କ ଭରସା ଓ ଆସ୍ଥା ଆମକୁ କାମ କରିବା ପାଇଁ ଶକ୍ତି ଯୋଗାଉଛି। ମୁଁ
ସବୁବେଳେ କୁହେ, ମୁଁ
ଆପଣମାନଙ୍କ ମଧ୍ୟରୁ ଜଣେ। ତେଣୁ, ଆମ ସରକାର ସାଧାରଣ ଜନତାଙ୍କ
ଅସୁବିଧାକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରୁଛନ୍ତି। ପୂର୍ବରୁ ସରକାର ଓ ଜନତାଙ୍କ ମଧ୍ୟରେ
ଥିବା କୃତ୍ରିମ ପାଚେରୀକୁ ଭାଙ୍ଗି ମୁଁ ନିଜେ ଆପଣଙ୍କ ସମସ୍ୟା ଶୁଣିବା ପାଇଁ ଜନ ଅଭିଯୋଗ
ଶୁଣାଣିକୁ ତ୍ୱରାନ୍ୱିତ କରିଛି।
ଏହି କ୍ରମରେ, ଆଜି ମୁଁ ଭୁବନେଶ୍ୱରର ୟୁନିଟ୍-୨ ସ୍ଥିତ ସରକାରୀ
ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକଙ୍କ ସହ ସିଧାସଳଖ
ଆଲୋଚନା କରିଛି ଓ ପ୍ରତ୍ୟେକଟି ଅଭିଯୋଗର ଯଥାସମ୍ଭବ ତ୍ୱରିତ ସମାଧାନ ସୁନିଶ୍ଚିତ କରିବାକୁ
ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।
ଏ ସରକାର ଆପଣମାନଙ୍କ
ସରକାର। ଓଡ଼ିଶାବାସୀଙ୍କ ସେବାରେ ବ୍ରତୀ ହୋଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମେ
ସର୍ବଦା ପ୍ରୟାସରତ। ଲୋକଙ୍କ ସେବାରେ ସମର୍ପିତ
ଲୋକଙ୍କ ସରକାର।
ଗତ ସେପ୍ଟେମ୍ବର
୮ତାରିଖ, ସୋମବାରରେ
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗକରିବା ପାଇଁ ଯେଉଁମାନେ ସେମାନଙ୍କର ନାମ ଅନ୍
ଲାଇନରେ ପଞ୍ଜୀକରଣ କରିଥିଲେ ସେମାନେ ହିଁ ଏଥିରେ ସାମିଲ ହୋଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା