
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ଚାଷୀ
ପ୍ରସଙ୍ଗ ନେଇ ସରକାରଙ୍କୁ ଟର୍ଗେଟ କଲା କଂଗ୍ରେସ । କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ
କହିଛନ୍ତି ଯେ, ନୂଆ ସରକାର ଆସୁ ଆସୁ କହିଥିଲେ କଟନି ଛଟଣି ହେବ ନାହିଁ କିନ୍ତୁ ଗତ ରବି ହେଉ
ଖରିଫ ହେଉ ସବୁଠି କଟଣୀ ଛଟଣି ହେଲା । ଏ ସରକାର
ଯେତେ କଥା କହୁଛନ୍ତି, ସମୟ
ଆସିଲା ବେଳକୁ ତାହାକୁ ଗୁରୁତ୍ୱ ଦେଉନାହାନ୍ତି କିମ୍ବା କାର୍ଯ୍ୟକାରୀ କରୁ ନାହାନ୍ତି |
ଚାଷୀମାନେ କେମିତି ଉପକୃତ ହେବେ ସରକାର ଚିନ୍ତା କରିବେ, ସରକାର ସେହି ଅନୁଯାଇ କାର୍ଯ୍ୟ କଲେ ଚାଷୀ ଲାଭବାନ ହେବେ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା