ବେଗୁନିଆ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବର୍ଷିଲା କଂଗ୍ରେସ
ଭୁବନେଶ୍ୱର, ୨୪ ନଭେମ୍ବର (ହି.ସ.)- ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବେଗୁନିଆ ଅଂଚଳର ବାଘମାରୀରେ ଜଣେ ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପୃଥ୍ୱୀବଲ୍ଲଭ ପଟ୍ଟନାୟକ କହିଛନ୍ତି ଏହି ଗଣଦୁଷ୍
ବେଗୁନିଆ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବର୍ଷିଲା କଂଗ୍ରେସ


ଭୁବନେଶ୍ୱର, ୨୪ ନଭେମ୍ବର (ହି.ସ.)- ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବେଗୁନିଆ ଅଂଚଳର ବାଘମାରୀରେ ଜଣେ ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପୃଥ୍ୱୀବଲ୍ଲଭ ପଟ୍ଟନାୟକ କହିଛନ୍ତି ଏହି ଗଣଦୁଷ୍କର୍ମ ସାରା ରାଜ୍ୟ ପାଇଁ ଏକ ନିନ୍ଦନୀୟ ଘଟଣା । ଏକ ଦଳିତ ନାବାଳିକା ଝିଅକୁ ଦୁଷ୍କର୍ମ ହୋଇଛି ଏବଂ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି । ଏଭଳି ପରିସ୍ଥିତିରେ ସରକାର ଓ ପ୍ରଶାସନ ପକ୍ଷରୁ କୌଣସି ସହାୟତା ପୀଡ଼ିତାଙ୍କୁ ମିଳି ନାହିଁ ଯାହା ଆମକୁ ବ୍ୟଥିତ କରୁଛି ।

ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ସରକାରଙ୍କ ନାରୀ ନିର୍ଯାତନା ଆଭିମୁଖ୍ୟକୁ କଡା ସମାଲୋଚନା କରି କହିଥିଲେ ଯେ, ବୀର, ସଂସ୍କୃତି ସମୃଦ୍ଧ ଖୋର୍ଦ୍ଧାରେ ଆଜି ନିଶା କାରବାର, ହତ୍ୟା ଡକାୟତି ଅପହରଣ ସାଙ୍ଗକୁ ଖଣି ଖାଦାନ ଦୁର୍ନୀତି ମାମଲାରେ ରାଜ୍ୟରେ ଦୁର୍ନାମ ଅର୍ଜନ କଲାଣି । ବର୍ତମାନ ପୁଣି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବେଗୁନିଆ ଅଂଚଳର ବାଘମାରୀରେ ଜଣେ ନାବାଳିକା ଗଣ ଦୁଷ୍କର୍ମ ଭଳି ଜଘନ୍ୟକାଣ୍ଡ ଘଟି ଆମ ମୁଣ୍ଡ ତଳକୁ କରି ଦେଇଛି । ୪/୫ ଜଣ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରି ଖୋର୍ଦ୍ଧା ଡାକ୍ତରଖାନାରେ ବେହୋସ ଅବସ୍ଥାରେ ଛାଡି ପଳାଇଥିଲେ । ପୀଡ଼ିତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ପ୍ରତିନିଧି ପୀଡ଼ିତାଙ୍କ ଖବର ବୁଝିବାକୁ ଯାଇ ନାହାନ୍ତି କିମ୍ବା କୌଣସି ସରକାରୀ ସହାୟତା ପହଞ୍ଚିନାହିଁ । ଗୋଟିଏ ପଟେ ଗଣ ଦୁଷ୍କର୍ମର ଶିକାର ହୋଇ ଜଣେ ଝିଅ ମୃତ୍ୟୁ ସହ ସଂଗ୍ରାମ କରୁ ଥିବାବେଳେ ଅନ୍ୟପଟେ ଅନ୍ୟ ଏକ ଝିଅର ବାହାଘରରେ କ୍ଷମତାରେ ଥିବା ନେତୃବୃନ୍ଦ ଗୀତ ନାଚରେ ମସଗୁଲ ଅଛନ୍ତି । ପୀଡିତା ତଥା ପରିବାର ବର୍ଗଙ୍କୁ ତୁରନ୍ତ ଆର୍ôଥକ ସହାୟତା ସରକାର ଯୋଗାଇ ଦୋଷୀଙ୍କୁ ଗିରଫ କରି ଦଣ୍ଡ ବିଧାନ ପାଇଁ ସରକାରଙ୍କଠାରେ କଂଗ୍ରେସ ଦାବୀ କରୁଛି ବୋଲି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ।

ବରିଷ୍ଠ ସଭାନେତ୍ରୀ ତଥା ପିସିସି ମୁଖପାତ୍ର ସୋନାଲି ସାହୁ କହିଲେ, ସରକାରଙ୍କଠାରୁ ନାରୀ ଆଉ ନ୍ୟାୟ ପାଇବେ ବୋଲି ଆଶା କରିବା ବୃଥା । ଯେଉଁ ସିକ୍ୟୁରିଟି ଗାର୍ଡ ଏହି ଦୁଷ୍କର୍ମରେ ଜଡିତ ଅଛନ୍ତି ସେଇ ସଂସ୍ଥାର ଠିକାଦାର କିଏ ଏବଂ ଏହାଙ୍କ କ୍ଷମତାରେ ଥିବା ନେତାଙ୍କ ସହ ସମ୍ପର୍କ କଣ ଏସବୁ ଲୋକଲୋଚନକୁ ଆସିବା ନିତାନ୍ତ ଆବଶ୍ୟକ । ଉପସ୍ଥିତ ଥିବା ରାଜ୍ୟ ମହିଳା କଂଗେସ ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ କହିଲେ, ଆମେ କ୍ୟାପିଟାଲ ହସ୍ପିଟାଲ ଯାଇ ଭେଟିଥିଲୁ। ଦୁଃଖ ଓ ପରିତାପର ବିଷୟ କି ପୀଡ଼ିତା ନାବାଳିକାକୁ ସ୍ଥାନୀୟ ବିଧାୟକ କି ଅନ୍ୟମାନେ କେହି ଭେଟିବାକୁ ଆସିନାହାନ୍ତି କି ସମବେଦନା ଜଣାଇ ନାହାନ୍ତି। ଉଭୟ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଯାହା ବିଜେଡି ଅମଳରେ ହେଉଥିଲା ବର୍ତ୍ତମାନ ବିଜେପି ସରକାରରେ ସେଇଆ ଚାଲିଛି। ଉଭୟ ଦଳର ମା କୁ ସମ୍ମାନ କଥା କେବଳ ସ୍ଲୋଗାନ ହୋଇ ରହି ଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande