ଧର୍ମଶାଳା ମିଡ଼ିଆ କ୍ଳବର ନୂତନ ସଦସ୍ୟ ଗ୍ରହଣ ଓ ବନ୍ଧୁ ମିଳନ
ଧର୍ମଶାଳା,୨୪ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ମିଡ଼ିଆ କ୍ଳବ୍ ର ସଦସ୍ୟ ଗ୍ରହଣ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଧର୍ମଶାଳା ଗୋକର୍ଣେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୁଧାକର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସମ୍ପାଦକ ବସନ୍ତ ନାୟକ ବିବରଣୀ ପାଠ କରିଥିଲେ ।
ଧର୍ମଶାଳା ମିଡ଼ିଆ କ୍ଳବର ନୂତନ ସଦସ୍ୟ ଗ୍ରହଣ ଓ ବନ୍ଧୁ ମିଳନ


ଧର୍ମଶାଳା,୨୪ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ମିଡ଼ିଆ କ୍ଳବ୍ ର ସଦସ୍ୟ ଗ୍ରହଣ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଧର୍ମଶାଳା ଗୋକର୍ଣେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୁଧାକର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସମ୍ପାଦକ ବସନ୍ତ ନାୟକ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ସଙ୍ଘର ପୁର୍ବ ବିବରଣୀ ପାଠ କରାଯାଇ ଆଗମୀ ଦିନରେ ସଙ୍ଘ ପକ୍ଷରୁ ସାମାଜିକ, ସାଂସ୍କୃତିକ ଓ ସାହିତ୍ୟ ଭିତିକ କାର୍ଯକ୍ରମ ହାତକୁ ନେଇ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନିଆଯାଇଥିଲା । ପୂର୍ବରୁ ବୈଠକରେ ହୋଇଥିବା ଆଲୋଚନା ଏବଂ ସଭ୍ୟ ମାନଙ୍କ ସହମତିରେ ନୂତନ ସଦସ୍ୟ ଭାବେ ସାମ୍ବାଦିକ ପରମାନନ୍ଦ ସାହୁ, ସୁବ୍ରତ ସାହୁ, ବାବୁଲି ରାଉତ,ସଞ୍ଜୟ କୁମାର ମିଶ୍ର, ସତ୍ୟ ରଞ୍ଜନ ପାଢ଼ୀ, ବାପି ସାହୁଙ୍କୁ ନୂତନ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା । କ୍ଲବର ସଦସ୍ୟତା ଗ୍ରହଣ କରିଥିବା ନୂତନ ସଦସ୍ୟମାନଙ୍କୁ ଉତରୀୟ ଏବଂ ପୁଷ୍ପଗୁଛ ଦେଇ ସଂଘ ପକ୍ଷରୁ ସ୍ୱାଗତ ସମ୍ଭର୍ଦ୍ଧନା ଦିଆଯାଇଥିଲା । ପରେ ସଦସ୍ୟ ମାନଙ୍କ ସହମତି କ୍ରମେ କାର୍ଯ୍ୟକାରୀ ସଭାପତି ଭାବେ ସାମ୍ବାଦିକ ଆନନ୍ଦ ମହାରଣା , କୋଷାଧ୍ୟକ୍ଷ ଭାବେ ପ୍ରଫୁଲ୍ଲ କୁମାର ରାଉତ , ସହ ସଂପାଦକ ଭାବେ ଗୟାଧର ନାୟକ , ସୋସିଆଲ ମିଡ଼ିଆ ସଂଯୋଜକ ଭାବେ ସତ୍ୟ ରଞ୍ଜନ ପାଢ଼ୀ ଙ୍କୁ ଚୟନ କରାଯାଇଥିଲା । ସାମ୍ବାଦିକ ପରମାନନ୍ଦ ସାହୁ, ସୁରେଶ ବିଶ୍ୱାଳ, ସୁଶାନ୍ତ ବେହେରା, ଅୟସକାନ୍ତ ରାଉତଙ୍କୁ ଉପଦେଷ୍ଟା ଭାବରେ ମନୋନୀତ କରାଯାଇ କାର୍ଯ୍ୟକାରୀ କମିଟିରେ ସ୍ଥାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ଅଶୋକ ରାଉତ, ଗଗନ ବିହାରୀ ଦାସ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ସାମ୍ବାଦିକ ଶିବପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande