
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ସମ୍ବଲପୁର
ଠାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଚଷା ସମାଜର ବନ୍ଧୁମାନଙ୍କୁ ଭେଟି ବିଭିନ୍ନ
ବିଷୟରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଚାଷୀ ଭାଇ ଭଉଣୀମାନଙ୍କ ସମୃଦ୍ଧି,
ଗ୍ରାମାଞ୍ଚଳରେ ଶିକ୍ଷା ଓ
ସ୍ୱାସ୍ଥ୍ୟସେବାର ଉନ୍ନତି ଏବଂ ଯୁବପିଢ଼ି ପାଇଁ ରୋଜଗାର ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ
ଆଗେଇ ନେବାରେ କାମ କରୁଥିବା ଏହି ସଂଗଠନର ପ୍ରୟାସ ବହୁତ ପ୍ରଶଂସନୀୟ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା