
Bhubneshwar, 24 ନଭେମ୍ବର (ହି.ସ.)
ଢାକା-ବାଂଲାଦେଶ
ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କୁ
ରବିବାର ରାତିରେ ରାଜଧାନୀର ଏଭରକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ହାର୍ଟ ଏବଂ
ଫୁସଫୁସରେ ସଂକ୍ରମଣ ହୋଇଛି। ସେ ବର୍ତ୍ତମାନ ଏଭରକେୟାରରେ ଚିକିତ୍ସକମାନଙ୍କ ତଦାରଖରେ ଅଛନ୍ତି।
ଖାଲିଦାଙ୍କ ବ୍ୟକ୍ତିଗତ ଚିକିତ୍ସକ ପ୍ରଫେସର ଜାହିଦ ହୁସେନ ଏହାର ସୁନିଶ୍ଚିତ କରିଛନ୍ତି। ସେ କହିଛନ୍ତି
ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଦେଶବାସୀଙ୍କୁ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା
କରିବାକୁ ଅନୁରୋଧ କରିଛନ୍ତି।
‘ଦ ଡେଲି ଷ୍ଟାର’
ଏବଂ ‘ଢାକା ଟ୍ରିବ୍ୟୁନ’
ପତ୍ରିକାର ଖବର ଅନୁସାରେ, ତାଙ୍କ ଚିକିତ୍ସା ଦେଖାଶୁଣା
କରୁଥିବା ମେଡିକାଲ ବୋର୍ଡର ସଦସ୍ୟ ପ୍ରଫେସର ଡ଼ଃ ଏଫ୍ ଏମ୍ ସିଦ୍ଦିକି କହିଛନ୍ତି ଯେ ପୂର୍ବତନ
ପ୍ରଧାନମନ୍ତ୍ରୀ ଗତକିଛି ମାସ ଧରି ବାରମ୍ବାର ଅସୁସ୍ଥ ହେଉଥିଲେ। ରବିବାର ଏକାସାଥିରେ ଅନେକ
ସମସ୍ୟା ଦେଖାଦେଇଥିଲା। ସେ ରାତିରେ ଏଭରକେୟାର ସମ୍ମୁଖରେ ସାମ୍ବାଦିକମାନଙ୍କୁ କହିଛନ୍ତି,
“ତାଙ୍କ ଛାତିରେ ସଂକ୍ରମଣ ହୋଇଛି।” ଡ଼ଃ ସିଦ୍ଦିକୀ
କହିଥିଲେ ଯେ ଖାଲିଦାଙ୍କର ପୂର୍ବରୁ ଦୀର୍ଘ ଦିନ ଧରି ହାର୍ଟ ସମସ୍ୟା ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା