
ଧର୍ମଶାଳା,୨୪ନଭେମ୍ବର(ହି.ସ.) - ଯାଜପୁର ଜିଲା ବରୁହାଁ କୃଷ୍ଣଦାସପୁର ମୁଖ୍ୟ ରାସ୍ତ ଶଙ୍ଖମଠ ନିକଟରେ ଏକ ନାଲି ରଂଗର ମାରୁତି ବ୍ରେଜା(ଓଡି୩୪ପି୧୧୧୮) ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିବା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ଗାଡିରେ ଥିବା ୩ଜଣ ଏକ ବଡ ବିପଦରୁ ବର୍ତି ଯାଇଥିବା ବେଳେ ସେମାନେ ସମାନ୍ୟ ଆହତ ହୋଇ ଜିଲା ସଦରମହକୁମା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସେମାନେ ସ୍ଥାନୀୟ ସୁଜନପୁର ଅଂଚଳର ବୋଳି ଜଣାପଡିଛି । ଆଜି ଭୋର ସମୟରେ ଏକ ବିବାହ ଘର ଭୋଜିରୁ ଯୋଗ ଦେଇ କାର ଯୋଗେ ସୁଜନପୁର ଗ୍ରାମକୁ ଫେରୁଥିବା ସମୟରେ ଶଙ୍ଖମଠ ନିକଟରେ କାରଟି ଭାରସାମ୍ୟ ହରାଇବାରୁ ଏକ ଗଛରେ ପିଟି ହୋଇଥିଲା । ଖବର ପାଇ ବ୍ରହ୍ମବରଦା ପୋଲିସ ଘଟଣାସ୍ତଳରେ ପଂହଚି ତଦନ୍ତ କରିବା ସହ ଦୁର୍ଘଟଣାଗସ୍ତ ଗାଡିକୁ ଜବତ କରିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ